34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକୃଷକଙ୍କ ପାଇଁ ସରକାର ସମର୍ପିତ : ମୋଦି

କୃଷକଙ୍କ ପାଇଁ ସରକାର ସମର୍ପିତ : ମୋଦି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି । ଉପା, ବିଶେଷ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି । ‘ଚାଷୀଙ୍କ ପାଇଁ ଆସିଥିବା ଆଇନ, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ । ସେମାନେ ଘୋଷଣାପତ୍ରରେ ଏ ସମସ୍ତ ବିଷୟରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ସେହି ସମାନ ବ୍ୟବସ୍ଥା କରାଯିବାରୁ ମୋଦିକୁ ଟାର୍ଗେଟ କରୁଛନ୍ତି । କେବଳ ସେମାନଙ୍କ ହାତରୁ କ୍ରେଡିଟ ଚାଲିଯିବା ଭୟରେ ଟାର୍ଗେଟ କରୁଛନ୍ତି । ସବୁ କ୍ରେଡିଟ ସେମାନେ ନିଅନ୍ତୁ, ମୁଁ ଚାଷୀଙ୍କ ପାଇଁ କାମ କରୁଛି । ସେମାନଙ୍କ ପାଦତଳୁ ମାଟି ଖସିଥିବାରୁ ଚାଷୀଙ୍କୁ ମୋହରା କରିଛନ୍ତି ବୋଲି କହିଛନ୍ତି ମୋଦି । ଚାଷୀଙ୍କ ପାଇଁ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସ୍ୱାମୀନାଥନ କମିଟି ରିପୋର୍ଟକୁ ୮ ବର୍ଷ କାଳ ସେମାନେ ଚାପି ବସିଥିଲେ । ଚାଷୀ ଆନ୍ଦୋଳନ କରୁଥିଲେ ବି ସେମାନେ ନିଦାବିଷ୍ଣୁ ହୋଇ ବସିଥିଲେ । ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଏମାନେ ଚାଷୀଙ୍କୁ ବ୍ୟବହାର କରୁଛନ୍ତି’ । ମଣ୍ଡି, ଏମଏସପିକୁ ନେଇ କୌଣସି ଦ୍ୱନ୍ଦ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ‘ଆଇନ ପୂର୍ବରୁ ମଣ୍ଡି ଚାଲିଥିଲା, ଏବେ ବି ମଣ୍ଡି ଚାଲିଛି । ଆଇନ ପୂର୍ବରୁ ଏମଏସପି ଚାଲିଥିଲା, ଏବେ ବି ଏମଏସପି ଚାଲିଛି । ଏମଏସପି ଚାଲୁଛି, ଚାଲୁ ରହିବ ବୋଲି ମୋଦି ସ୍ପଷ୍ଟ କରିଛନ୍ତି । ଚାଷୀଙ୍କୁ ଅଯଥାରେ ବିଭ୍ରାନ୍ତ କରାଯାଉଛି, ବଡ ଷଡଯନ୍ତ୍ର ଚାଲିଛି । ଆମ ସରକାର ସବୁ ଶସ୍ୟ ଉପରେ ଏମଏସପି ବୃଦ୍ଧି କରିଛନ୍ତି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking