26.1 C
Bhubaneswar
Friday, March 29, 2024
Homeଓଡିଶାବିଭିନ୍ନ ଆଵାସ ଯୋଜନା ରେ ଗୃହ ନିର୍ମାଣ ରେ ଯାଜପୁର ଜିଲ୍ଲା ପ୍ରଥମ

ବିଭିନ୍ନ ଆଵାସ ଯୋଜନା ରେ ଗୃହ ନିର୍ମାଣ ରେ ଯାଜପୁର ଜିଲ୍ଲା ପ୍ରଥମ

ଯାଜପୁର : ଯାଜପୁର ଜିଲ୍ଲା କୁ ଆଉ ଏକ ସଫଳତା ମିଳିଛି l ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକାଘର ଯୋଜନାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ଯାଜପୁର ଜିଲ୍ଲା ରାଜ୍ୟ ପଂଚାୟତ ବିଭାଗ ର ଦୈନିକ ପରିସଂଖ୍ୟl ଆଧାର ରେ ଏହି ସୂଚନା ମିଳିଛି l ଜିଲ୍ଲାପାଳ ଚକ୍ର ୱତ୍ତି ସିଂ ରାଠୋର ଙ୍କ ନିର୍ଦେଶ କ୍ରମେ ପକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ ତତ୍ତ୍ୱାବଧାନ ରେ ଆବାସ ଯୋଜନାକୁ ସଫଳତା ମିଳିଛି l ପକଳ୍ପ ନିର୍ଦେଶକ ଜିଲ୍ଲାର ଥିବା 10ଟି ବ୍ଲକ ର  ସମୀକ୍ଷା ବୈଠକ କରିବା ସଂଗେ ସ୍ପଟ ଭିଜିଟ କରି ହିତାଧିକାରୀ ମାନଂକୁ ଶୀଘ୍ର ଗୃହ ନିର୍ମାଣ ପାଇଁ ପରାମର୍ଶ ଦେଇ ଥିଲେ l ବିଡିଓମାନେ ମଧ୍ୟ ଏହି ଯୋଜନା କୁ ଫଳବତୀ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି l କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାପାଇଁ ହିତାଧିକାରୀକାରି ମାନଙ୍କ ସମସ୍ୟା ଗୁଡିକ ସମାଧାନ କରି ଥିଲେ l ହିତାଧିକାରୀ ମାନଂକୁ ଠିକି ସମୟ କିସ୍ତି ର ବିଲି ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଓ ଆସିଷ୍ଟାଣ୍ଟ ଇଞ୍ଜିନିଅର ମାନଂକୁ ତାଗିଦ କରି ଥିଲେ l ହିତାଧିକାରୀ ମାନେ ନୂତନ ଗୃହ ପ୍ରବେଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆସନ୍ତା 25ତାରିଖ ରେ ଧାର୍ଯ୍ୟ କରାଯଇଛି l ଏହି ଜିଲ୍ଲା କୁ ଆବାସ ଯୋଜନାରେ 1, 759ଟି ଗୃହ ନିର୍ମାଣ ଡ଼ିସେମ୍ବର 25ସୁଦ୍ଧା ଟାର୍ଗେଟ ଦିଆ ଯାଇ ଥିଲା ଆଜି ସୁଦ୍ଧା 1, 267ଟି ଗୃହ ନିର୍ମାଣ ଶେଷ ହୋଇଛି l ଅବଶିଷ୍ଟ 75ଟି ଗୃହ ଆସନ୍ତା 25ସୁଦ୍ଧା ଶେଷ ହୋଇ ଯିବ ବୋଲି ପକଳ୍ପ ନିର୍ଦେଶକ ଶ୍ରୀ ନାୟକ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking