26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଫୁଡ ପଏଜନ ହୋଇ ଗୋଟିଏ ପରିବାରର ୧୩ ଜଣଙ୍କ ମୃତ୍ୟୁ

ଫୁଡ ପଏଜନ ହୋଇ ଗୋଟିଏ ପରିବାରର ୧୩ ଜଣଙ୍କ ମୃତ୍ୟୁ

ବ୍ୟୁରୋ : ନାମିବିଆରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାର ର ୧୩ ଜଣ ସଦସ୍ୟଙ୍କ ଏକା ସହିତ ମୃତ୍ୟୁ ହୋଇଛି । ନାମିବିଆ କବାଙ୍ଗୋ ପୂର୍ବ ଅଞ୍ଚଳରେ ରହୁଥିବା ଏକ ପରିବାର ଦଲିଆ ଖାଇବା ଦ୍ୱାରା ୧୩ ଜଣଙ୍କ ମୃତ୍ୟୁ ହୋଇଛି । ପରିବାର ର ସମସ୍ତ ସଦସ୍ୟ ଫୁଡ ପଏଜନର ଶିକାର ହୋଇଥିଲେ । ଯେଉଁଥିପାଇଁ ଘଟଣାସ୍ଥଳରେ ହିଁ ପରିବାର ର ସମସ୍ତ ସଦସ୍ୟଙ୍କର ଏକା ସହିତ ମୃତ୍ୟୁ ହୋଇଛି । ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଘରେ ପୂର୍ବରୁ ମାଦକ ଦ୍ରବ୍ୟ ରହିଥିଲା । ତେବେ ଘରେ ପ୍ରସ୍ତୁତ ହୋଇଥିବା ଦଲିଆରେ ସେମାନେ ଏହାକୁ ମିଶ୍ରଣ କରିଥିଲେ । ଏହା ଅତ୍ୟଧିକ ବିଷାକ୍ତ ହୋଇ ସେମାନଙ୍କ ମୃତ୍ୟୁ ହେବ ସେମାନେ ଏହା କଳ୍ପନା କରି ନଥିଲେ । ସମସ୍ତ ସଦସ୍ୟ ଏହି ବିଷାକ୍ତ ଦଲିଆ ଖାଇବା ଦ୍ୱାରା ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ନାମିବିଆ ବ୍ରଡକାଷ୍ଟିଙ୍ଗ କର୍ପୋରେସନ ସୂଚନା ଦେଇଛି ଯେ, ହସ୍ପିଟାଲରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପାଖାପାଖି ୨୦ ଜଣ ବ୍ୟକ୍ତି ଏହି ଦଲିଆ ଖାଇଥିବା ଜଣା ପଡ଼ିଛି । ଏହି ଦଲିଆ ଖାଇବା ଦ୍ୱାରା ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକାରୀଙ୍କ ସୂଚନା ଅନୁସାରେ ଏଭଳି ଅଭାବନୀୟ ଘଟଣାରେ ୨ ରୁ ୩୩ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking