26.1 C
Bhubaneswar
Wednesday, May 8, 2024
Homeଓଡିଶାସଡକ ଦୁର୍ଘଟଣା: ପୁଅ ଆଗରେ ଚାଲିଗଲା ବାପର ଜୀବନ

ସଡକ ଦୁର୍ଘଟଣା: ପୁଅ ଆଗରେ ଚାଲିଗଲା ବାପର ଜୀବନ

ମୟୂରଭଞ୍ଜ: ସଡକ ଦୁର୍ଘଟଣା ନେଇଗଲା ବାପାର ଜୀବନ ବର୍ତ୍ତିଗଲା ପୁଅ। ଆଉ ପୁଅ ଆଖି ଆଗରେ ହେଉଛି ବାପାର ମୃତ୍ୟୁ। କଷ୍ଟ ହେଉଥିଲେ ବି ନିରୁପାୟ ପୁଅ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ କାଠପାଳ ନିକଟ ଖମାରୀ ଗ୍ରାମରେ। ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ଡମ୍ଫର ଧକ୍କାରେ ବାଇକ ଚାଳକ ନିରଞ୍ଜନ ମହାନ୍ତ ଶୋଚନୀୟ ମୃତ୍ୟୁ ହୋଇଛି । ସୂଚନା ମୁତାବକ ନିରଞ୍ଜନ ନିଜର ପୁଅ ଗୁଣନିଧି ସହିତ ମଟର ସାଇକେଲ ଯୋଗେ ବେତନଟୀରୁ ସଉଦାପତ୍ର କିଣି ଘରକୁ ଫେରୁଥିଲେ ।

ତେବେ ଖମାରୀ ଗାଁ ପହଞ୍ଚିବା ପୂର୍ବରୁ ରାସ୍ତା ପାର୍ଶ୍ୱରେ ଗାଡି ଛିଡାକରି ପୁଅ ଗୁଣନିଧି ପରିସ୍ରା କରିବାକୁ ଯାଇଥିବା ବେଳେ ନିରଞ୍ଜନ ମଟରସାଇକେଲ ନିକଟରେ ଛିଡା ହୋଇଥିଲେ। ଏହି ସମୟରେ ଓଆର-୧୬ଡି- ୩୨୪୬ ନମ୍ବର ବିଶିଷ୍ଟ ବାଲି ବୋଝେଇ ଡମ୍ଫର ଦ୍ରୁତଗତିରେ ଆସି ନିରଞ୍ଜନଙ୍କୁ ଧକ୍କା ଦେଇଥିଲା । ଗୁରୁତର ନିରଞ୍ଜନଙ୍କୁ ଉଦ୍ଧାରକରି ପ୍ରଥମେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନିରଞ୍ଜନଙ୍କୁ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ପୁଲିସକୁ ଖବର ଦେଇଥିଲେ। ଏନେଇ ବେତନଟୀ ପୁଲିସ ଧକ୍କା ଦେଇଥିବା ବାଲି ବୋଝେଇ ଡମ୍ଫରକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking