28.1 C
Bhubaneswar
Saturday, April 27, 2024
Homeଓଡିଶାବିଷାକ୍ତ ଖାଦ୍ୟ ପ୍ରଭାବରୁ ୩ବର୍ଷର ଝିଅର ମୃତ୍ୟୁ

ବିଷାକ୍ତ ଖାଦ୍ୟ ପ୍ରଭାବରୁ ୩ବର୍ଷର ଝିଅର ମୃତ୍ୟୁ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଦାଙ୍ଗୀ ଗୌଡ ସାହିରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ସୁବାସ ଗୌଡ(୪୫)ଙ୍କ ପରିବାରର ସମସ୍ତ ସଦସ୍ୟ ରାତିରେ ଖାଦ୍ୟ ଖାଇ ଶୋଇଯାଇଥିବା ବେଳେ ଘରର ସମସ୍ତଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇପଡିଥିଲା । ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ବାରମ୍ବାର ବାନ୍ତି ମଧ୍ୟ ହୋଇଥିଲା । ଫଳରେ ପରିବାର ସଦସ୍ୟମାନେ ତୁରନ୍ତ ଭଞ୍ଜନଗର ମେଡିକାଲରେ ଭର୍ତି ହୋଇଥିଲେ । ସେଠାରେ ୩ବର୍ଷର ଝିଅ ରିମା ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗୃହକର୍ତା ସୁବାସ, ତାଙ୍କ ପତ୍ନୀ ଲକ୍ଷ୍ମୀ, ତୃତୀୟ ଶ୍ରେଣୀରେ ପଢୁଥିବା ବଡଝିଅ ରଶ୍ମିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପରିବାରର ସମସ୍ତେ ଭାତ ସହ ଡାଲି ଓ ବିଲଚଣା ଶାଗର ଭଜା ଖାଇଥିଲେ । ଖାଦ୍ୟଦ୍ରବ୍ୟ ଖୋଲା ରହୁଥିବାରୁ ହୁଏତ ରାତିରେ ଝିଟିପିଟି ଭଳି କିଛି ବିଷାକ୍ତ ସରୀସୃପର ପରିସ୍ରା ପଡିଯାଇ ଥାଇପାରେବୋଲି ଆଶଙ୍କା କରିଛନ୍ତି । ତା’ନହେଲେ ପରିବାରର ସମସ୍ତଙ୍କୁ ଗୋଟିଏ ସମୟରେ ପେଟରେ ଯନ୍ତ୍ରଣା ଆସିନଥା’ନ୍ତା ବୋଲି ଅନୁମାନ ହେଉଛି । ଏସଂପର୍କରେ ମେଡିକାଲ ସୁପରିଟେଣ୍ଡ ଡାକ୍ତର ସୀତାଂଶୁ ଶେଖର ଶତପଥୀ ନିଜ ପ୍ରତିକ୍ରିୟାରେ ଖାଦ୍ୟଦ୍ରବ୍ୟ ଅଘୋଡା ରହୁଥିବା କାରଣରୁ ହୁଏତ ଏହା କୌଣସି ବିଷାକ୍ତ ଜନ୍ତୁଙ୍କ ସଂସ୍ପର୍ଶରେ ଆସିଥାଇପାରେ । ଏଭଳି କିଛି କାରଣରୁ ୩ବର୍ଷର ରିମାର ମୃତ୍ୟୁ ଘଟିଥାଇପାରେ ବୋଲି ସେ ସନ୍ଦେହ ପ୍ରକଟ କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଘଟଣାର ବାସ୍ତବ ସତ୍ୟ ପଦାକୁ ଆସିବବୋଲି ସେ ସ୍ପଷ୍ଟ କରିଛନ୍ତି । ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ରିମାଙ୍କ ଶବକୁ ବ୍ୟବଚ୍ଛଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking