38.1 C
Bhubaneswar
Friday, April 26, 2024
Homeଓଡିଶାଡବଲ ଡୋଜ୍ ପରେ ବି ଗାଇଡଲାଇନ ମାନନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଡବଲ ଡୋଜ୍ ପରେ ବି ଗାଇଡଲାଇନ ମାନନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଭ୍ୟାକ୍ସିନକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଭ୍ୟାକ୍ସିନ ନେବା ପରେ କୋଭିଡ ହେବନି, ଏପରି କିଛି ନାହିଁ । ବିଭିନ୍ନ ଭ୍ୟାକ୍ସିନ ୭୦ରୁ ୯୦ ପ୍ରତିଶତ ଭିତରେ କାର୍ଯ୍ୟ କରୁଛି । ଭ୍ୟାକ୍ସିନ ନେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ । ଆମ ପରିବେଶରେ ଯେହେତୁ ସଂକ୍ରମଣ ରହିଛି, ତେଣୁ ସଂକ୍ରମଣ ହେବ । ଟିକା ନେବା ପରେ ବି କୋଭିଡ ଗାଇଡଲାଇନକୁ ଠିକ ଭାବେ ମାନନ୍ତୁ । ୨ ଡୋଜ ନେବା ପରେ ସଂକ୍ରମଣ ହେଉଥିବାରୁ ୪ଟି ଦିଗରେ ତର୍ଜମା ଚାଲିଛି । ଅଧିକ ପରୀକ୍ଷା ନିରୀକ୍ଷା କରିବାକୁ ସରକାର ଟେକ୍‌ନିକାଲ କମିଟି କରିଛନ୍ତି । ସମ୍ଭାବ୍ୟ ୩ୟ ଲହରକୁ ନେଇ ଭୟଭୀତ ନ ହେବା ସହ ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking