31.1 C
Bhubaneswar
Monday, May 6, 2024
Homeକରୋନାଦେଶରେ ୬ଟି ଡେଲ୍ଟା ପ୍ଲସ କେସ୍ ଚିହ୍ନଟ

ଦେଶରେ ୬ଟି ଡେଲ୍ଟା ପ୍ଲସ କେସ୍ ଚିହ୍ନଟ

ଭୁବନେଶ୍ୱର: ଜିନମ ସିକ୍ୟୁଏନ୍ସି ବାବଦରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇ କହିଛନ୍ତି, ଦେଶରେ ୪୦ ହଜାର ସାମ୍ପଲର ଜିନମ ସିକ୍ୟୁଏନ୍ସି ୨୮ଟି ଲ୍ୟାବରେ ହେଉଛି । ବିହାର, ଛତିଶଗଡ, ଓଡିଶା, ଝାଡଖଣ୍ଡକୁ ନେଇ ଆଇଏଲଏସରେ ସିକ୍ୟୁଏନ୍ସିଂ ହେଉଛି । ଅଧିକ ସାମ୍ପଲ ସିକ୍ୟୁଏନ୍ସିଂ କରାଗଲେ ଡେଲ୍ଟା ପ୍ଲସ ଭାଇରସ ସ୍ଥିତି ଜଣାପଡିବ । ଦେଶରେ ୬ଟି କେସରେ ଡେଲ୍ଟା ପ୍ଲସ ଭାଇରସ ଚିହ୍ନଟ ହୋଇଛି । ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଡେଲ୍ଟା ପ୍ଲସ ଚିହ୍ନଟ ହୋଇଛି । ଆଇସିଏମଆର  ତଥ୍ୟ ଅନୁସାରେ, ୦.୦୪ ପ୍ରତିଶତ ପ୍ରଥମ ଡୋଜ ନେବା ପରେ ସଂକ୍ରମିତ ହେଉଛନ୍ତି । ଦ୍ୱିତୀୟ ଡୋଜ୍ ନେବା ପରେ ୦.୦୩ ପ୍ରତିଶତ ସଂକ୍ରମିତ ବୋଲି ସେ କହିଛନ୍ତି ।
ଅନ୍ୟପଟେ  ଭ୍ୟାକ୍ସିନକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଭ୍ୟାକ୍ସିନ ନେବା ପରେ କୋଭିଡ ହେବନି, ଏପରି କିଛି ନାହିଁ । ବିଭିନ୍ନ ଭ୍ୟାକ୍ସିନ ୭୦ରୁ ୯୦ ପ୍ରତିଶତ ଭିତରେ କାର୍ଯ୍ୟ କରୁଛି । ଭ୍ୟାକ୍ସିନ ନେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ । ଆମ ପରିବେଶରେ ଯେହେତୁ ସଂକ୍ରମଣ ରହିଛି, ତେଣୁ ସଂକ୍ରମଣ ହେବ । ଟିକା ନେବା ପରେ ବି କୋଭିଡ ଗାଇଡଲାଇନକୁ ଠିକ ଭାବେ ମାନନ୍ତୁ । ୨ ଡୋଜ ନେବା ପରେ ସଂକ୍ରମଣ ହେଉଥିବାରୁ ୪ଟି ଦିଗରେ ତର୍ଜମା ଚାଲିଛି । ଅଧିକ ପରୀକ୍ଷା ନିରୀକ୍ଷା କରିବାକୁ ସରକାର ଟେକ୍‌ନିକାଲ କମିଟି କରିଛନ୍ତି । ସମ୍ଭାବ୍ୟ ୩ୟ ଲହରକୁ ନେଇ ଭୟଭୀତ ନ ହେବା ସହ ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking