28.1 C
Bhubaneswar
Sunday, April 28, 2024
Homeଓଡିଶାନୂଆବର୍ଷରେ ଷ୍ଟିଲ ସିଟିରେ ଫୁଲ ବେପାର ମାନ୍ଦା! 

ନୂଆବର୍ଷରେ ଷ୍ଟିଲ ସିଟିରେ ଫୁଲ ବେପାର ମାନ୍ଦା! 

ରାଉରକେଲା: ନୂତନ ବର୍ଷ୨୦୨୧କୁ ସ୍ୱାଗତ କରିବା ପାଇଁ ସଭିଏଁ ପ୍ରାୟ ଆନନ୍ଦିତ ଓ ଉଲ୍ଲସିତ । ପ୍ରତିବର୍ଷ ନୂଆବର୍ଷର ନୂଆ ସକାଳରେ ଆୟୋଜନ ହୋଇଥାଏ ବିବିଧ ମନୋରଂଜନଧର୍ମୀ, ସାମାଜିକ ଅବା ସାଂସ୍କୃତିକ କାର୍ଯ୍ୟକ୍ରମ । ଏହା ସହ ବନ୍ଧୁ ପରିଜନ ଓ ସହକର୍ମୀଙ୍କୁ ସଶରୀର ସାକ୍ଷାତରେ ଆବଶ୍ୟକ ହୋଇଥାଏ ପୁଷ୍ପଗୁଚ୍ଛ ଅବା ବୁକି । ଏକ ପୁଷ୍ପଗୁଚ୍ଛରେ ଆଚ୍ଛାଦିତ ହୋଇଥାଏ ନାନା ପ୍ରକାର ରଙ୍ଗବେରଙ୍ଗର ସୁଗନ୍ଧିତ ଫୁଲ, ଯାହାକି ଜଣଙ୍କ ମନ ଓ ମିଜାସକୁ ପ୍ରଫୁଲ୍ଲିତ କରି ଦେଇଥାଏ । ମାତ୍ର ଏଥର କରୋନାର ପ୍ରଭାବକୁ ଦେଖି ନୂଆବର୍ଷ ପାଳନ ଉପରେ ଲାଗିଛି କଟକଣା । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯାଇଛି । ଏସବୁକୁ ଦେଖିଲେ, ଆସନ୍ତା ବର୍ଷ ନୂତନ ବର୍ଷରେ ବହୁମାତ୍ରାରେ ସାମାଜିକ ଅବା ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏତ ଏତେଟା ହୋଇନପାରେ! ଯାହାର ସିଧାସଳଖ ପ୍ରଭାବ ଫୁଲ ବଜାର ଉପରେ ପଡ଼ିଛି । ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ରହିଛି ୨୦ରୁ ଉର୍ଦ୍ଧ ପୁଷ୍ପାଳୟ । ସହରର ଏସଟିଆଇ ଛକ, ପାନପୋଷ ରୋଡ଼, ଉଦିତନଗର ଛକ, ସେକ୍ଟର-୨ ବସଷ୍ଟାଣ୍ଡ, କୋଏଲନଗ. ଫର୍ଟିଲାଇଜର ଟାଉନସିପ ମା’ ମଙ୍ଗଳା ଛକ ସମେତ ଅନ୍ୟ ଜାଗାରେ ରହିଛି ଫୁଲ ଦୋକାନ ।  ଏହି ଫୁଲ ଦୋକାନରେ ପ୍ରତିଦିନ ଶୋଭା ପାଉଛି ଗୋଲାପ, ସେବତୀ, ରଜନୀଗନ୍ଧା ଓ ଅନ୍ୟ କିସମର ନାମିଦାମୀ ଫୁଲ । ଏକ ଫୁଲ ତୋଡ଼ାର ବଜାର ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ । କୌଣସି ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରିବା, ବିବାହ, ଜନ୍ମଦିନରେ ଅଭିନନ୍ଦନ ଜଣାଇବା ତଥା ପଦୋନ୍ନତି, ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା,  ଉପରିସ୍ଥ  କର୍ମଚାରୀଙ୍କୁ କୌଣସି ବିଶେଷ ମୂହୁର୍ତରେ ଶୁଭ କାମନା ଦେବା ପାଇଁ ଫୁଲର ଆବଶ୍ୟକତା ପଡ଼ିଥାଏ । ସାଧାରଣତଃ ଗୋଲାପ ଫୁଲର ଚାହିଦା ସର୍ବାଗ୍ରେ ରହିଥାଏ । ନୂଆବର୍ଷ ପାଳନରେ କଟକଣା ଲାଗୁ ହୋଇଥିବାରୁ ଏହାର ପ୍ରଭାବ ବ୍ୟବସାୟ ଉପରେ ସିଧାସଳଖ ପଡିଥିବା ସ୍ପଷ୍ଟ ରୂପେ ବାରି ହୋଇ ପଡ଼ୁଛି । ସୂଦୂର କଲିକତା, ଝାଡଖଣ୍ଡର ବିଭିନ୍ନ ଫୁଲବାଗାନରୁ  ରାଉରକେଲାର ଫୁଲ ବେପାରୀ ମାନେ ହୋଲସେଲ ଦାମରେ ଫୁଲ ସଂଗ୍ରହ କରିଥାନ୍ତି, ମାତ୍ର ଏଥର କରୋନା ଜନିତ ଲକଡାଉନ ଯୋଗୁ ଫୁଲ ଦର ମଧ୍ୟ ଟିକେ ଅଧିକା ରହିଛି । ଦାମ ଅଧିକା ଥିବାରୁ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଆଶାତୀତ କମ ରହିବା ଦେଖିବାକୁ ମିଳୁଛି । ପୁଷ୍ପାଳୟରେ ବିଭିନ୍ନ ଫୁଲ ଶୋଭା ପାଉଛି ସତ, ହେଲେ ଫୁଲର ବେପାର ମାନ୍ଦା ପଡ଼ିଥିବା କାରଣରୁ ନୂତନ ବର୍ଷରେ ଫୁଲବେପାର କିପରି ହେବ ତାହାକୁ ନେଇ ରାଉରକେଲାର କୋଡ଼ିଏରୁ ଉର୍ଦ୍ଧ ପୁଷ୍ପାଳୟର ବ୍ୟବସାୟୀବୃନ୍ଦ  ଏବେ ଚିନ୍ତା ଓ ଆଶଙ୍କାରେ କାଳ କାଟୁଥିବା ଦେଖିବାକୁ ମିିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking