34.1 C
Bhubaneswar
Thursday, April 25, 2024
Homeଓଡିଶାନିରାଡମ୍ବର ଭାବେ ସାଇବାବାଙ୍କ ପାଲିଙ୍କି ଯାତ୍ରା

ନିରାଡମ୍ବର ଭାବେ ସାଇବାବାଙ୍କ ପାଲିଙ୍କି ଯାତ୍ରା

ରାଉରକେଲା: ପ୍ରତିବର୍ଷ  ନୂତନ ବର୍ଷ ଆଗମନର ପ୍ରଥମ ଦିନରେ  ସାରନଗରୀ ସ୍ଥିତ ସିରିଡ଼ି ସାଇବାବା ମନ୍ଦିର ପରିସରରୁ ବାବାଙ୍କ ଭବ୍ୟ ପାଲିଙ୍କି ଯାତ୍ରା ବାହାରି ଅଂଚଳ ପରିକ୍ରମା କରିଥାଏ । ଏହି ଉତ୍ସବ ସାରନଗରୀରେ ମହା ଆଡମ୍ବରରେ ପାଳନ କରାଯାଇଥାଏ । ଏଥିରେ ବହୁ ସଂଖ୍ୟକ ସାଇପ୍ରେମୀ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥାଏ । ପାଲିଙ୍କି ଯାତ୍ରା ସାରନଗରୀ ସମେତ ଅନ୍ୟ ଅଂଚଳ ପରିକ୍ରମା କରିବା ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ଅଂଚଳରେ ସୃଷ୍ଟି ହୋଇଥାଏ, ମାତ୍ର ବୈଶ୍ୱିକ ମହାମାରୀ କରୋନାର ପ୍ରଭାବ ଯୋଗୁ ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରେ ସାଇବାବାଙ୍କ ପାଲିଙ୍କି ଯାତ୍ରା କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ମନ୍ଦିର ପରିସରରେ ନିରାଡମ୍ବର ଭାବେ ପାଳନ କରାଯାଇଥିଲା । କେବଳ ରିତୀନୀତି ଓ ବିଧି ଅନୁଯାୟୀ  ପୂଜକଙ୍କ ଦ୍ୱାରା ସାଇବାବାଙ୍କ ଆରାଧନା କରିବା ଦେଖିବାକୁ ମିଳିଥିଲା । ସାଇବାବାଙ୍କ ପାଲିଙ୍କି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ଏଥର ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇ ନଥିଲା । କେବଳ ମନ୍ଦିର ପରିସରକୁ ଆସୁଥିବା ଭକ୍ତ ମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ପ୍ରସାଦ ବିତରଣ କରାଯାଇଥିଲା ବୋଲି ସାରନଗରୀ ସାଇଧାମ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking