29.1 C
Bhubaneswar
Saturday, April 27, 2024
Homeଓଡିଶାମେଡିକାଲ୍ ରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

ମେଡିକାଲ୍ ରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

ଯାଜପୁର : ଅଗ୍ନିଶମ ସେବା ସପ୍ତାହ ଅବସରରେସୋମବାର ଯାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା ଉଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ କିପରି ନିଆଁ କୁ ଆୟତ କରାଯାଇ ପାରିବ ସେ ସବୁ କ୍ଷେତ୍ରରେ ଷ୍ଟା ପ ମାନଙ୍କୁ ଶିଖା ଯାଇଥିଲା । ସବୁ ଜରୁରୀ ପରିସ୍ଥିତିରେ ଅଗ୍ନିଶମ ବିଭାଗର ଆବଶ୍ୟକତା ପଡିଥାଏ । ଏଣୁ ଅଗ୍ନିଶମ ସେବା ସପ୍ତାହ ଅବସରରେ ଲୋକମାନଙ୍କୁ ଆବଶ୍ୟକୀୟ ଅଗ୍ନିନିର୍ବାପକ ସଂପର୍କରେ ଅବଗତ କରାଇବା ପାଇଁ ଏହି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଜଣେ ଜଣକୁ କିପରି ଅଗ୍ନି ବଳରୁ ଉଦ୍ଧାର କରାଯିବ ସେ ସବୁ ଦିଗରେ ସଚେତନ କରାଇଥିଲେ । ଏଥି ସହ ଅଗ୍ନିସୁରକ୍ଷା ପାଇଁ ବ୍ୟବହୃତ ଉପକରଣକୁ କିପରି ସଠିକ ଭାବେ ରକ୍ଷଣାବେକ୍ଷଣ କରାଯାଇ ପାରିବ ସେ ନେଇ ମଧ୍ୟ ସଚେତନତା କରାଯାଇଛି । ସୁରକ୍ଷା ପାଇଁ ଉପକରଣର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ । ଏହି ସପ୍ତାହ ମଧ୍ୟରେ ଯାଜପୁର ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଗ୍ରାମାଚଂଳ ଓ ସହରାଂଚଳ ମାନଙ୍କରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ମୁଖ୍ୟ ଅଗ୍ନିସେବା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି କହିଛନ୍ତି ।ସେପଟରେ ଏହି ସଚେତନ କାର୍ଯ୍ୟକ୍ରମ ନିଆଁ କୁ ଆୟତ କରିବା ସହ କିପରି ନିଜେ ସୁରକ୍ଷିତ ହୋଇପାରିବେ ଜାଣି ପାରି ଖୁସି ବ୍ୟକ୍ତ କରିଛନ୍ତି ମେଡିକାଲ୍ କର୍ମ ଚାରି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking