30.1 C
Bhubaneswar
Wednesday, April 24, 2024
Homeଆଇପିଏଲ୍ -2022ରୟାଲ୍ସକୁ ହରାଇଲା ସୁପର୍ କିଙ୍ଗ୍‌ସ

ରୟାଲ୍ସକୁ ହରାଇଲା ସୁପର୍ କିଙ୍ଗ୍‌ସ

ମୁମ୍ବାଇ : ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣରେ ସୋମବାର ଏଠାଶକାର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସକେ) ଓ  ରାଜସ୍ଥାନ ରୟାଲ୍ସ ମଧ୍ୟରେ ପ୍ରତିଯୋଗିତାର ଦ୍ୱାଦଶ ମ୍ୟାଚ୍ ଖେଳାଯାଇଛି । ଏଥିରେ ଚେନ୍ନାଇ ଉଭୟ ବ୍ୟାଟିଂ ଓ ବୋଲିଂ ସହ ଫିଲ୍‌ଡିଂ ଯେ ଚମତ୍କାରିତା ପ୍ରଦର୍ଶନ କରି ସଂସ୍କରଣରେ ଦ୍ୱିତୀୟ ବିଜୟ ହାସଲ କରିଛି । ସେହିପରି ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ମଧ୍ୟ ତା’ର ଦ୍ୱିତୀୟ ପରାଜୟ ବରଣ କରିଛି । ଏହି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍‌ସନ୍ ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଚେନ୍ନାଇ ୯ ୱିକେଟ୍ ବିନିମୟରେ ୧୮୮ ରନ୍ କରି ରୟାଲ୍ସ ଆଗରେ ଏକ ଚାଲେଞ୍ଜିଂ ଟାର୍ଗେଟ୍ ରଖିଥିଲା । କିନ୍ତୁ ରୟାଲ୍ସ ଆବଶ୍ୟକ ହାରରେ ରନ୍ ସଂଗ୍ରହ କରିବାକୁ ଯାଇ ନିୟମିତ ଭାବେ ୱିକେଟ୍ ହରାଇବା ଫଳରେ ଶେଷରେ ୨୦ ଓଭର୍‌ରେ … ଟି ୱିକେଟ୍ ହରାଇ ମାତ୍ର … ରନ୍ କରିଥିଲା । ଫଳରେ ପ୍ରତିପକ୍ଷ ଚେନ୍ନାଇ ତା\’ର ତୃତୀୟ ମ୍ୟାଚ୍‌କୁ … ରନ୍‌ରେ ଜିତିନେଇଥିଲା ।

ଚେନ୍ନାଇର ଦୁଇ ଓପନର ଋତୁରାଜ ଗାଏକ୍ୱାଡ୍ ଓ ଫାଫ୍ ଡୁପ୍ଲେସିସ୍ ୨୫ ରନ୍ ସଂଗ୍ରହ କରିଥିଲେ । ଏହି ସମୟରେ ଗାଏକ୍ୱାଡ୍ ଗୋଟିଏ ଚୌକା ସହ ୧୦ ରନ୍ କରି ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ପ୍ୟାଭିିିଲିୟନ୍ ଫେରିଥିଲେ । ପରେ ଡୁପ୍ଲେସିସ୍ ମଧ୍ୟ ୧୭ ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ସହ ୩୩ ରନ୍ କରି ବିଦାୟ ନେଇଥିଲେ । ଏହାପରେ ଚେନ୍ନାଇର ପ୍ରତିଟି ମ୍ୟାଟ୍ସମ୍ୟାନ୍ ପ୍ରାରମ୍ଭ ପାଇଥିଲେ ହେଁ ଏହାକୁ ବଡ଼ ସ୍କୋର୍‌ରେ ପରିଣତ କରିପାରି ନ ଥିଲେ । ମୋଇନ୍ ଅଲୀ ୨୦ ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ସହ ୨୬, ସୁରେଶ ରାଇନା ୧୫ ବଲ୍‌ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୧୮, ଅମ୍ବାତି ରାୟୁଡୁ ୧୭ ବଲରେ ୩ଟ ଛକା ସହ ୨୭, ରବୀନ୍ଦ୍ର ଜାଡେଜା ୮, ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨ଟି ଚୌକା ସହ ୧୮, ସାମ୍ କୁରାନ୍ ଗୋଟିଏ ଛକା ସହ ୧୩, ଡ୍ୱେନ୍ ବ୍ରାଭୋ ମାତ୍ର ୮ ବଲ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୨୦ ରନ୍ କରିଥିଲେ । ଚେନ୍ନାଇ ଶେଷ ୩ ଓଭର୍‌ରେ ୩୫ ରନ୍ ଯୋଡ଼ିବା ଫଳରେ ଦଳ ଏକ ବଡ଼ ଟାର୍ଗେଟ୍ ଦେଇପାରିଥିଲା । ରାଜସ୍ଥାନ ପକ୍ଷରୁ ଚେତନ୍ ସାକାରିଆ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ୋବଳେ କ୍ରିସ୍ ମୋରିସ୍ ୨ଟି ଏବଂ ମୁସ୍ତାଫିଜୁର୍ ରହମାନ୍ ଓ ରାହୁଲ୍ ଟେୱଟିଆ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

୧୮୯ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିôବା ରୟାଲ୍ସ ଟିମ୍ ଦୁଇ ଓପନର ଜୋସ୍ ବଟଲର୍ ଓ ମନନ ବୋହରରାଙ୍କ ମାଧ୍ୟମରେ ୩୦ ରନ୍ ଯୋଡ଼ିପାରିଥିଲେ । ବୋହରା ୧୪ ରନ୍ କରି ଆଉଟ୍ ହେବା ପରେ ଅଧିନାୟକ ସାମ୍‌ସନ୍ ମାତ୍ର ୧ ରନ୍‌ରେ ବିଦାୟ ନେଇଥିଲେ । ଶିବମ୍ ଦୁବେ ୧୭ ରନ୍ କରିବା ସହ ତୃତୀୟ ୱିକେଟ୍‌ରେ ବଟଲର୍‌ଙ୍କ ସହ ୪୩ ରନ୍ ଯୋଡ଼ିଥିଲେ । ତେବେ ବଟଲର୍ ୩୫ ବଲ୍ ଖେଳି ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଆଉଟ୍ କରି ଜାଡେଜା ରୟାଲ୍ସ ଦଳକୁ ଜବରଦସ୍ତ ଝଟକା ଦେଇଥିଲେ । ସେତେବେଳକୁ ବଟଲର୍ ୫ଟି ଚୌକା ଓ ୨ଟି ଛକା ସହ ୪୯ ରନ୍ କରିଥିଲେ ହେଁ ମାତ୍ର ୧ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ପରେ ଦୁବେ ୨ଟି ଚୌକା ସହ ୧୭, ଡେଭିଡ୍ ମିଲଣ୍ ୨ ଓ ରିୟାନ୍ ପରାଗ୍ ୩ ରନ୍ କରି ଆଉଟ୍ ହେବା ଫଳରେ ରୟାଲ୍ସ ମଧ୍ୟକ୍ରମ ବ୍ୟାଟିଂ ପୂରା ଭୁଶୁଡ଼ି ପଡ଼ିଥିଲା । ଅବଶ୍ୟ ପରେ ରାହୁଲ୍ ଟେୱଟିଆ ୧୫ ବଲ୍‌ରେ ୨ଟି ଛକା ସହ ୨୦ ଏବଂ ଜୟଦେବ ଉନାଦକତ୍ ୨ଟି ଚୌକା ଓ ଗୋଟିଏ ଛକା ସହ ୨୪ ରନ୍ କରି ଦଳକୁ ବିଜୟୀ କରାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେମାନଙ୍କ ଉଦ୍ୟମ କେବଳ ରୟାଲ୍ସର ପରାଜୟ ବ୍ୟବଧାନକୁ କମାଇପାରିଥିଲା । ଚେତନ୍ ସାକାରିଆ ଓ ମୁସ୍ତାଫିଜର୍ ଶୂନ୍ ରନ୍ କରି ଅପରାଜିତ ଥିଲେ । ଚେନ୍ନାଇ ପକ୍ଷରୁ ମୋଇନ୍ ତାଙ୍କ ୩ ଓଭର୍‌ରେ ମାତ୍ର ୭ ରନ୍ ବ୍ୟୟ କରି ୩ଟି ୱିକେଟ୍ ନେଇଥିବା ବେଳେ ସାମ୍ କୁରାନ୍ ଓ ଜାଡେଜା ୨ଟି ଲେଖାଏଁ ଏବଂ ଶାର୍ଦ୍ଦୁଲ୍ ଠାକୁର ଗୋଟିଏ ୱିିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking