32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୨୬ ମୃତଦେହ ଉଦ୍ଧାର

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୨୬ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ଦିଲ୍ଲୀ ମୁଣ୍ଡକା ମେଟ୍ରୋ ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ। ଷ୍ଟେସନର ବହୁ ତଳ କୋଠାରେ ନିଆଁ ଲାଗି ଏପର୍ଯ୍ୟନ୍ତ ୨୬ ଶବ ଉଦ୍ଧାର କରାଯାଇସାରିଲାଣି । ଏବେ ତୃତୀୟ ମହଲାରେ ଖୋଜାଖୋଜି ବାକି ଅଛି । ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ୯ ଜଣଙ୍କୁ ସଂଞ୍ଜୟ ଗାନ୍ଧୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନରେ ଏକ ବହୁତଳ କୋଠାର ୫୪୪ ନମ୍ବର ପିଲାର୍‌ରେ ପ୍ରଥମ ନିଆଁ ଲାଗିଥିଲା। ଅପରାହ୍ଣ ୪ଟା ୪୦ ମିନିଟ୍‌ ନିଆଁ ଲାଗିବା ପରେ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପିଯାଇଥିଲା। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି କୋଠାଟି ତିନି ମହଲା ବିଶିଷ୍ଟ ଏବଂ ଏହା ଏକ ବ୍ୟବସାୟିକ କୋଠା ଯାହା ସାଧାରଣତଃ କମ୍ପାନୀଗୁଡିକୁ ଅଫିସ୍ ସ୍ଥାନ ଯୋଗାଇବା ପାଇଁ ବ୍ୟବହୃତ ହୁଏ । ଅଗ୍ନିକାଣ୍ଡ ବିଲଡିଂର ପ୍ରଥମ ମହଲାରୁ ଆରମ୍ଭ ହୋଇଥିଲା। କମ୍ପାନୀର ମାଲିକ ଏବେ ପୋଲିସ ହେପାଜତରେ ଅଛନ୍ତି। ଦିଲ୍ଲୀ ଅଗ୍ନିକାଣ୍ଡକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଶୋକ ଜଣାଇଛନ୍ତି।  ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking