28.1 C
Bhubaneswar
Saturday, April 27, 2024
Homeଓଡିଶାଭୟାବହ ଅଗ୍ନିକାଣ୍ଡ, ୨୨ପରିବାର ସର୍ବସ୍ୱାନ୍ତ

ଭୟାବହ ଅଗ୍ନିକାଣ୍ଡ, ୨୨ପରିବାର ସର୍ବସ୍ୱାନ୍ତ

ନୟାଗଡ଼ : ଓଡ଼ଗାଁ ବ୍ଲକ ବାଣ୍ଠପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଡାସାହି ଗ୍ରାମ ନୂଆସାହିରେ ଜଙ୍ଗଲରେ ଲାଗିଥିବା ନିଆଁ ଉଡିଆସି ନିମିଶକ ମଧ୍ୟରେ ସମ୍ପୂର୍ଣ୍ଣ ସାହି ହୁତୁହୁତୁ ହୋଇ ଜଳିବା ଆରମ୍ଭ ହୋଇଥିଲା । ସେଠାର ଲୋକମାନେ କାଜୁମଞ୍ଜି ସଂଗ୍ରହ ପାଇଁ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ହଠାତ ନିଆଁ ଲାଗିଥିବା ଜଣାପଡିଛି । ଖବରପାଇ ଓଡ଼ଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଏକକାଳୀନ ସମୁଦାୟ ସାହି ଜଳୁଥିବାରୁ ନିଆଁକୁ ଆୟତ୍ତ କରିବାରେ ସମସ୍ୟା ଉପୁଜିଥିଲା ଓ ପରେ ଅପରାହ୍ନ ୩ଟା ବେଳକୁ ନିଆଁ ନିୟନ୍ତ୍ରଣକୁ ଆସିଥିଲା । ସାହିରେ ଥିବା ୨୨ଟି ପରିବାରର ଘର ଗୁଡିକ ସହିତ ସମସ୍ତ ଆସବାପତ୍ର ଯଥା ଡାଲି, ଚାଉଳ, ମୁଗ,ଲୁଗାପଟା ଜଳିପୋଡି ପାଉଁଶ ହୋଇଯିବା ସହିତ ଏକ ଗୁହାଳରେ ଥିବା ୨୦ରୁ ଉର୍ଦ୍ଧ୍ୱ ଗୃହପାଳିତ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ଘଟଣାସ୍ଥଳରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ,ବିଭୁପ୍ରସାଦ ସାହୁ ,ବିଡ଼ିଓ ସ୍ୱାତିଲେଖା ଦାସ,ତହସିଲଦାର ବିଜୟିତା ସାମନ୍ତସିଂହାର,ଗୌଡ଼ପୁଟ ରାଜସ୍ୱ ନିରୀକ୍ଷକ ଓ ବାଣ୍ଠପୁର ସରପଞ୍ଚ ଜଗଦୀଶ ପ୍ରଧାନ ପହଁଚି କ୍ଷତିଗ୍ରସ୍ତଙ୍କୁ  ଶୁଖିଲାଖାଦ୍ୟ,ମହମବତୀ,ଚୁଡା,ବିସ୍କୁଟ,ପାନୀୟ ଜଳ,ନୂତନ ବସ୍ତ୍ର ବଣ୍ଟନ କରିଥିବା ବେଳେ ପୋଡାସାହି ଗ୍ରାମବାସୀଙ୍କ ତରଫରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ଜଣା ପଡ଼ିଛି । ତେବେ ଉକ୍ତ ଘଟଣାରେ କ୍ଷୋଭୋ ପ୍ରକାଶକରି କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ସହିତ ସାତଦିନ ପର୍ଯ୍ୟନ୍ତ ରାନ୍ଧଖାଦ୍ୟ ଯୋଗାଇ ଦେବାପାଇଁ ମାନ୍ୟବର ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ପ୍ରଶାସନକୁ ନିର୍ଦ୍ଧେଶ ଦେଇଛନ୍ତି । ଏଭଳି ଦୁର୍ଦ୍ଦିନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଗେଇ ଆସିବା ପାଇଁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking