29.1 C
Bhubaneswar
Tuesday, May 7, 2024
Homeଓଡିଶାମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, କାନ୍ଧରେ ବୁହାହେଲା ଶିଶୁର ଶବ

ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, କାନ୍ଧରେ ବୁହାହେଲା ଶିଶୁର ଶବ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସଦା ସର୍ବଦା ଚର୍ଚ୍ଚାରେ ରହିଆସିଥିବା ବେଳେ ଆଉଏକ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡାକ୍ତରଖାନାରେ ମିଳିଲାନି ଶବବୁହା ଗାଡି । କାନ୍ଧରେ ବୋହି ଚାଲି ଚାଲି ଶବକୁ ନେଲେ ପରିବାର ଲୋକ । ପରେ ଲୋକଙ୍କ ହସ୍ତକ୍ଷେପ ଯୋଗୁ ମାରୱାଡି  ଯୁବମଂଚର ଶବବୁହା ଗାଡିରେ ପରିବାର ଲୋକ ଗାଁକୁ ନିଜ ଶିଶୁର ମୃତଦେହକୁ  ନେଇ  ପାରିଥିଲେ । ସୂଚନା ଅନୁଯାୟୀ, ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଏକ  ୫ ବର୍ଷର ଶିଶୁର ମୃତ୍ୟୁ ପରେ ଶବବୁହା ଗାଡି ମିଳିପାରି ନଥିଲା । ଫଳରେ ଶିଶୁର ମୃତ ଦେହକୁ କାନ୍ଧରେ କାନ୍ଧେଇ ସମ୍ପର୍କିୟ ଜଣେ ପାଦରେ ଚାଲି ଚାଲି ଗାଁକୁ ନେଉଥିଲେ । ୧ କିଲୋମିଟର ଚାଲି ଚାଲି ଯିବାପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଯୋଗୁ ମାରୱାଡି ଯୁବମଂଚ ସହାୟତାରେ ଗାଡିରେ ମୃତଦେହ ମୃତ ଶିଶୁର ଗ୍ରାମକୁ ନିଆଯାଇଥିଲା ।  ମୃତ ଶିଶୁ ଜଣଙ୍କ  ସଦର ଥାନା ଭାପୁରର ଭାଗିରଥୀପୁରରେ ବୋଲି ଜଣାପଡିଛି । ମୃତ ଶିଶୁ ଜଣଙ୍କ ଭାଗିରଥୀପୁରର ସ୍ୱର୍ଗତ ସନ୍ତୋଷ ଦେହୁରୀଙ୍କ ୫ ବର୍ଷର ପୁଅ  ସଂଜୟ ବୋଲି ଜଣାପଡିଛି ।

ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ମୃତ ଶିଶୁ ସଂଜୟଙ୍କ ମାଆ କମଳୀ ଦେହୁରୀ ପୁଅର କଫ ଓ ଟିିବି ଜନିତ ରୋଗାକ୍ରାନ୍ତ ଯୋଗୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ପୁଅର ମୃତ୍ୟୁ ଘଟିଥିବା ବେଳେ ଶିଶୁଟିର ଶବ ଗ୍ରାମକୁ ନେବାପାଇଁ  ଡାକ୍ତରଖାନା ପକ୍ଷରୁ ଶବବୁହା ଗାଡି ଯୋଗାଇ ଦେବାରେ ଗୁରୁତ୍ୱ ଦିଆଯାଇନଥିଲା । ଫଳରେ ମୃତ ଶିଶୁକୁ କାନ୍ଧରେ ବୋହି ତାର ମାମୁଁ  ୧୫ କିଲୋମିଟର ନିଜ ଗ୍ରାମକୁ ନେବା ପାଇଁ ପାଦରେ ଚାଲି ଚାଲି ବାହାରିଥିଲେ । ପ୍ରବଳ ଉତାପ ଯୋଗୁ ଦକ୍ଷିଣକାଳୀ ସ୍ଥିତ ଟେଲିଫୋନ କଲୋନା ନିକଟରେ ଥକ୍କାମାରି ବସିରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ବେଶ ଆଲୋଡନ ସୃଷ୍ଟି କରିଥିଲା ।  ପରେ ସ୍ଥାନୀୟ ଅଂଚଳବାସୀଙ୍କ ହସ୍ତକ୍ଷେପ ଯୋଗୁ ମାରୱାଡି  ଯୁବମ୍‌ଂଚ ଗାଡିରେ ଶିଶୁଟିର ମୃତ ଦେହକୁ ନିଜ ଗ୍ରାମ ଭାଗିରଥୀପୁରକୁ ପଠାଇ  ଦିଆଯାଇଥିଲା । ଡାକ୍ତରଖାନାର ଏଭଳି ଅମାନବିକତା କାର୍ଯ୍ୟ୍‌କୁ ନେଇ  ସହରରେ ଚିନ୍ତାର ବିଷୟ  ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking