27.1 C
Bhubaneswar
Friday, March 29, 2024
Homeଓଡିଶାଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ବାଲେଶ୍ୱର : କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ବେଶି ଭୟଙ୍କର ହୋଇଛି । ଫଳରେ ରାଜ୍ୟ ସରକାର ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଦେଇଛନ୍ତି । ଫଳରେ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷାକୁ ବାତିଲ କରିବା ପାଇଁ ଦାବିକରି ଫକୀରମୋହନ ମହାବିଦ୍ୟାଳୟ ସମ୍ମୁଖରେ ଉତ୍କଳ ଛାତ୍ର ସଂଘର କାର୍ଯ୍ୟକର୍ତ୍ତାମାନେ ଧାରଣା ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ, କରୋନା ମହାମାରୀ ପାଇଁ ଦେଢ଼ବର୍ଷରୁ ଅଧିକ ହେବ ସେମାନଙ୍କର ଶିକ୍ଷା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ପ୍ରଥମରୁ ସରକାର ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରିବାକୁ ଘୋଷଣା କରିଥିବା ବେଳେ ୭୨ପ୍ରତିଶତ ଲୋକ ଗରିବ ହୋଇଥିବାରୁ ଏବଂ ନେଟ୍‌ୱାର୍କର ଅସୁବିଧା ହେତୁ ଅଧିକାଂଶ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିପାରି ନାହାନ୍ତି ।

ଏହାପରେ ଗତ ଜାନୁଆରୀ ମାସରେ ସରକାର ୩୦ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରିବାକୁ ଘୋଷଣା କରି ମାତ୍ର ୧୦ପ୍ରତିଶତରୁ ବି କମ୍ ପାଠ୍ୟକ୍ରମ ହ୍ରାସ କରିବା ସହିତ ଶହେ ଦିନ କଲେଜରେ ଶିକ୍ଷାଦାନ କରି ପରୀକ୍ଷା କରିବାକୁ ଘୋଷଣା କରିଥିଲେ ମଧ୍ୟ ଶହେ ଦିନ ହେବା ପୂର୍ବରୁ କରୋନା ମହାମାରୀ ବୃଦ୍ଧି ପାଇବାରୁ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି । ଏଣୁ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇ ଯଥାଶିଘ୍ର ଦଶମ ଫଳାଫଳ ଅନୁସାରେ ପରୀକ୍ଷା ଫଳ ଘୋଷଣା କରାଯାଉ ଏବଂ ଯେଉଁମାନେ ଏହି ଫଳ ଉପରେ ସନ୍ତୁଷ୍ଟ ନୁହନ୍ତି ସେମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ପ୍ରଦାନ କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking