28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗକଅଁଳ କାନ୍ଧରେ ପରିବାରର ବୋଝ; ବାପା ଶଯ୍ୟାଶୟୀ, ମା ମାନସିକ ରୋଗୀ

କଅଁଳ କାନ୍ଧରେ ପରିବାରର ବୋଝ; ବାପା ଶଯ୍ୟାଶୟୀ, ମା ମାନସିକ ରୋଗୀ

ବୌଦ୍ଧ : ବାପା ଦୁର୍ଘଟଣାରେ ଗୁରୁତର ହେବା ପରେ ଶଯ୍ୟାଶାୟୀ ଓ ମା’ ମାନସିକ ବିକାରଗ୍ରସ୍ତ । ଏଭଳି ପରିସ୍ଥିତିରେ ପରିବାରର ସମସ୍ତ ବୋଝ ଘରର ବଡ ଝିଅ ଉପରେ । ଆଉ ବଡ଼ ଝିଅର ବୟସ ମାତ୍ର ଆଠ ବର୍ଷ । ଏବେଖେଳ କୁଦ କରି ଦୁନିଆଁ ଚିହ୍ନି ଶିଖିବା ବୟସରେ ୫ ପ୍ରାଣୀ କୁଟୁମ୍ବର ବୋଝ କଅଁଳ ଶିଶୁକନ୍ୟା ହାତରେ । ଏହି କଅଁଳ ଶିଶୁ କନ୍ୟା ଏବେ ପରିବାର ପେଟକୁ ଦାନା ଯୋଗାଡ କରିବ ନା’ ବାପା-ମା’ଙ୍କର ସେବା କରିବ ନା ସେମାନଙ୍କର ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବ । ଯାହା ଯେମିତି ଲୋକଙ୍କ ସହାୟତାରେ ପେଟକୁ ଦାନା ଯୋଗାଡ ହୋଇଯାଉଛି । ଏପରିକି କେବେ ମିଳୁଛିତ କେବେ ଯୋଗାଡ କରିବା କଷ୍ଟକର ହୋଇପଡୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ରାଧାନଗର ଗ୍ରାମ ପଂଚାୟତର ସଦର ମହକୁମା ରାଧାନଗର ଗ୍ରାମରେ । ରାଧାନଗର ଗ୍ରାମରେ ବାସ କରନ୍ତି ଅରକ୍ଷିତ କାରିଗରଙ୍କ ପାଞ୍ଚପ୍ରାଣୀ କୁଟୁମ୍ବ । ୩ ଗୋଟି ଛୋଟ ଛୁଆ ଓ ମାନସିକ ଭିନ୍ନକ୍ଷମ ପତ୍ନୀଙ୍କୁ ନେଇ ପରିବାର । ରାଧାନଗର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସାମ୍ନାରେ ଗୋଟିଏ ପରିତ୍ୟକ୍ତ ଘରେ ରୁହନ୍ତି ପରିବାର । ମୁଲ ଦୁଃଖ କରି ପରିବାର ଚଳାଇ ନେଉଥିଲେ । ମାସେତଳେ ମଧୁପୁର ଛକ ନିକଟରେ ଗୋଟିଏ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଶଯ୍ୟାଶାୟୀ ଅରକ୍ଷିତ । ଆଠ ବର୍ଷର ଝିଅ ଶଯ୍ୟାଶାୟୀ ବାପା ଓ ମାନସିକ ରୋଗୀ ମାଆର ସେବା ସହ ଛୋଟ ଛୋଟ ଦୁଇ ଭାଇ ଭଉଣୀଙ୍କ ବୋଝ ଉଠାଉଛି । କୌଣସି ସରକାରୀ ଯୋଜନାରେ ଏ ପରିବାର ନଥିବାରୁ ୫କେଜି ଚାଉଳ ବି ମିଳୁନାହିଁ । ଆଠବର୍ଷର ବାଳିକାଟିଏ କେମିତି ଓ କେତେଦିନ ଏଭଳି ପରିସ୍ଥିତିରେ ପରିବାର ଚଳାଇବ ତାହା ଭଗବାନ ହିଁ ଜାଣିଥିବେ । ଉକ୍ତ ପରିବାର ସମ୍ପର୍କରେ ପ୍ରଶାସନ ପଦକ୍ଷେପ ନେଇ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking