24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶକୁନ୍ଦୁଜ୍ ମସ୍‌ଜିଦରେ ବିସ୍ଫୋରଣ: ୫୦ ମୃତ, ଶତାଧିକ ଆହତ

କୁନ୍ଦୁଜ୍ ମସ୍‌ଜିଦରେ ବିସ୍ଫୋରଣ: ୫୦ ମୃତ, ଶତାଧିକ ଆହତ

କାବୁଲ: ଆଫଗାନିସ୍ତାନ କୁନ୍ଦୁଜ୍‌ର ଏକ ମସଜିଦରେ ଆଜି ଅପରାହ୍ଣରେ ସାମୂହିକ ନମାଜ ପାଠ ଚାଲିଥିବା ବେଳେ ଘଟିଛି ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ଅତିକମରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି । କୁନ୍ଦୁଜର ଉତ୍ତରରେ ଥିବା ଏକ ମସଜିଦ ଉପରେ ଏହି ବଡ଼ ଧରଣର ବିସ୍ଫୋରଣ ଘଟିଛି । ସୂଚନା ଅନୁଯାୟୀ, ଆଫଗାନିସ୍ତାନର କୁନ୍ଦୁୁଜ ସହରରେ ଥିବା ଏହି ମସଜିଦରେ ଆଜି ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଏକ ଶିଆ ମସଜିଦରେ ଘଟିଥିଲା । ସେଣ୍ଟ୍ରାଲ୍ ହସ୍ପିଟାଲର ଜଣେ ଡାକ୍ତର, ନିଜର ନାମ ଗୋପନ ରଖି କହିଛନ୍ତ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ୪୫ଟି ମୃତଦେହ ପାଇଛୁ ଏବଂ ଆମ ଡାକ୍ତରଖାନାରେ ୮୦ ରୁ ଅଧିକ ଆହତ ଲୋକ ଚିିକିତ୍ସିତ ହେଉଛନ୍ତି । ଅନ୍ୟ ଏକ ହସ୍ପିଟାଲରେ ଅତି କମରେ ୧୫ ଜଣଙ୍କ ମୃତଦେହ ମିଳିଥିବା ଅନ୍ୟ ଏକ ସୂତ୍ରରୁ ପ୍ରକାଶ । ଏହି ବିସ୍ଫୋରଣ ଘଟଣାରେ ଜଣେ ବିଦେଶୀ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking