33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପରିବହନ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି : ଦୁର୍ଘଟଣାଗ୍ରସ୍ତଙ୍କୁ ମେଡ଼ିକାଲ ନେଲେ ମିଳିବ ପୁରସ୍କାର

ପରିବହନ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି : ଦୁର୍ଘଟଣାଗ୍ରସ୍ତଙ୍କୁ ମେଡ଼ିକାଲ ନେଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା । ସ୍ଥିତି ଏମିତି ହେଲାଣି ଯେ, ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ହିଁ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢିଛି । ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି ସତ କିନ୍ତୁ କିଛି ଲାଭ ହେଉନାହିଁ । ତେଣୁ ସରକାର ଏବେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ପରେ ଦୁର୍ଘଟଣା କମିବ ବୋଲି ଆଶା ରଖିଛନ୍ତି ସରକାର । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡ଼ିକାଲରେ ନେଲେ ମିଳିବ ବଡ଼ ପୁରସ୍କାର । ନୂଆ ଯୋଜନା ଲାଗୁ କଲେ ସରକାର । ଯେଉଁ ବ୍ୟକ୍ତିମାନେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଦୁର୍ଘଟଣାର ଘଣ୍ଟାଏ ମଧ୍ୟରେ ମେଡ଼ିକାଲରେ ପହଞ୍ଚାଇପାରିବେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନେକ ସମୟରେ ଦେଖାଯାଏ କି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପୋଲିସ ଭୟରେ ମେଡ଼ିକାଲ ନେଇ ନଥାନ୍ତି ଲୋକେ । ତେଣୁ ରାସ୍ତାରେ ପଡ଼ି ଅଧିକାଂଶ ଲୋକଙ୍କ ପ୍ରାଣ ଚାଲିଯାଏ । ତେଣୁ ପୁରସ୍କାର ମାଧ୍ୟମରେ ଏହା କମିପାରିବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି । ତେବେ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳର ପରିବହନ ବିଭାଗକୁ ଚିଠି ଲେଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଯୋଜନା ଅକ୍ଟୋବର ମାସ ୧୫ ତାରିଖରୁ ଲାଗୁ ହେବ । କେବଳ ଏତିକି ନୁହେଁ ବରଂ ୨୦୨୬ ପର୍ଯ୍ୟନ୍ତ ଏହି ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking