29.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଦାନ୍ତରେ ସମସ୍ୟା ଦେଖାଦେବାରୁ ମହିଳା ଏପରି କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଦାନ୍ତରେ ସମସ୍ୟା ଦେଖାଦେବାରୁ ମହିଳା ଏପରି କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ଦାନ୍ତରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ସାଧାରଣତଃ ଲୋକମାନେ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଇଥାନ୍ତି । ହେଲେ ଜଣେ ୪୨ ବର୍ଷୀୟା ମହିଳାଙ୍କର ଯେତେବେଳେ ଦାନ୍ତରେ ସମସ୍ୟା ଦେଖାଦେଲା, ସେ ଏପରି କିଛି କଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମହିଳା ଜଣକ ଦନ୍ତ ଚିକିତ୍ସକଙ୍କ ପାଖକୁ ଯିବା ପରିବର୍ତ୍ତେ ନିଜେ ନିଜର ୧୧ଟି ଦାନ୍ତ ଉପାଡ଼ିଦେଲେ । ତେବେ ଚାଲନ୍ତୁ କ’ଣ ରହିଛି ପୂରା ଘଟଣା ଜାଣିବା । ସୂଚନା ଅନୁଯାୟୀ, ଏହି ମାମଲା ଲଣ୍ଡନର ହୋଇଥିବା ବେଳେ ଏଠାରେ ଡେନିଏଲ୍ ୱାଟସ୍ ନାମକ ଜଣେ ମହିଳା ନିଜର ୧୧ଟି ଦାନ୍ତ ନିଜେ ଉପାଡି ଦେଇଛନ୍ତି । କାରଣ ତାଙ୍କ ପାଖରେ ପ୍ରାଇଭେଟ୍ ଦନ୍ତ ଚିକିତ୍ସକଙ୍କଙ୍କ ପାଖକୁ ଯିବାକୁ ଟଙ୍କା ନଥିଲା । ମିରର୍ ୟୁକେର ରିପୋର୍ଟ ମୁତାବକ, ମହିଳା ଜଣକ କହିଛନ୍ତି ଯେ ସେ ନିଜର ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲକୁ ଯାଇଥିଲେ । କିନ୍ତୁ ସେଠାରେ କେହି ଡାକ୍ତର ନଥିଲେ । ତେଣୁ ସେ ପ୍ରାଇଭେଟ କ୍କ୍‌ିନିକ୍ ଯିବା ପାଇଁ ଚାହିଁଥିଲେ । କିନ୍ତୁ ତାଙ୍କ ପାଖରେ ଟଙ୍କା ନଥିଲା । ତେଣୁ ସେ ନିଜେ ଗୋଟିଏ ଗୋଟିଏ କରି ୧୧ଟି ଦାନ୍ତ ଉପାଡ଼ି ଦେଇଛନ୍ତି । ଡେନିଏଲ୍ ଗତ ତିନି ବର୍ଷ ମଧ୍ୟରେ୧୧ ଟି ଦାନ୍ତ ଉପାଡ଼ି ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରାଇଭେଟ୍ ଡାକ୍ତରଙ୍କ ପାଖକୁ ଯିବାକୁ ତାଙ୍କ ପାଖରେ ଟଙ୍କା ନାହିଁ । ତେଣୁ ସେ ବାଧ୍ୟ ହୋଇ ଖରାପ ଦାନ୍ତକୁ ବାହାର କରିଦେଇଛନ୍ତି । ସେ କହିଛନ୍ତି ଯେ, “ମୁଁ ହସିବା ଭୁଲି ଯାଇଛି । ଖୁବ୍ ଯନ୍ତ୍ରଣା କାରଣରୁ ସେ ପ୍ରତ୍ୟେକ ଦିନ ମେଡିସିନ୍ ଖାଉଛନ୍ତି” ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking