28.1 C
Bhubaneswar
Saturday, April 27, 2024
Homeଓଡିଶାଚାଲିଗଲେ ବାପା, ମାଆ, ବେସାହାରା ସନ୍ତାନ

ଚାଲିଗଲେ ବାପା, ମାଆ, ବେସାହାରା ସନ୍ତାନ

ଶେରଗଡ: ବାପାଙ୍କ ମୃତ୍ୟୁର ପ୍ରାୟ ଦେଢ଼ ମାସ ପରେ ମାଆଙ୍କ ମୃତ୍ୟୁ ଦୁଇ ପିଲାଙ୍କୁ ବେସାହାରା କରିଦେଇଛି । ଏହିଭଳି ଦୁଃଖଦ ଘଟଣା ଶେରଗଡ଼ ବ୍ଲକ ଠୁରୁବୁରାଇ ପଞ୍ଚାୟତରେ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ଠୁରୁବୁରାଇ ପଞ୍ଚାୟତ ଠୁରୁବୁରାଇ ଗ୍ରାମର କୃଷ୍ଣ ମହାନ୍ତିଙ୍କ ପରିବାର କହିଲେ ୪ ପୁଅ, ୪ ବୋହୂ ଓ ନାତିନାତୁଣୀ ରହିଛନ୍ତି । କୃଷ୍ଣଙ୍କ ୪ ପୁଅ ମଧ୍ୟରୁ ୨ ପୁଅ ବିକଳାଙ୍ଗ । ଏହି ପରିବାର ୪ ବଖରାରେ ବସବାସ କରନ୍ତି । କୃଷ୍ଣଙ୍କ ୨ ପୁଅ ବିକଳାଙ୍ଗ ହୋଇଥିଲେ ମଧ୍ୟ କେବଳ ଜଣଙ୍କୁ ଭତ୍ତା ମିଳୁଥିବା ବେଳେ ଅନ୍ୟ ଜଣେ ଭତ୍ତା ପାଇବାରୁ ବଞ୍ôଚତ ଅଛନ୍ତି । ଗୋଟିଏ ଘରେ ଦୁଇ ଦୁଇଟି ବିକଳାଙ୍ଗ ପୁଅ ଥିବାବେଳେ ସରକାରୀ ଆବାସ ସେମାନଙ୍କ ପାଇଁ ସାତସପନ ହୋଇଛି । ଘରର ଅଭାବ, ଅନଟନ ଦୂର ପାଇଁ କୃଷ୍ଣ ମହାନ୍ତିଙ୍କ ଦ୍ୱିତୀୟ ପୁତ୍ର ବିପିନି ନିଜ ଭିଟାମାଟି ଛାଡି ଗୁଜୁରାଟ ରାଜ୍ୟର ସୁରଟ ସହରର ସୂତାକଳରେ ଶ୍ରମିକ ଭାବେ କାମ କରି ଆସୁଥିଲେ ।

ହେଲେ ଭାଗ୍ୟର ବିଡ଼ମ୍ବନା ଏମିତି ଯେ, ପ୍ରାୟ ଦେଢ଼ ମାସ ପୂର୍ବେ ସୂତାକଳରେ କାମ କରୁଥିବା ବେଳେ ମାନସିକ ଦୁଶ୍ଚିନ୍ତାକୁ ନେଇ ହଠାତ୍ ବିପିନଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ରୋଜଗାରିଆ ପୁଅକୁ ହରାଇ କୃଷ୍ଣ ଭାଙ୍ଗି ପଡିଥିଲେ । ବିପିନଙ୍କ ମୃତ୍ୟୁ ପରେ ସ୍ତ୍ରୀ’ କବିତା ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗିପଡି  ନିଜେ ମଧ୍ୟ ରୋଗାଗ୍ରସ୍ତ ହୋଇଥିଲେ । ରୋଗଗ୍ରସ୍ତ କବିତା ପରିବାରର ଆର୍ôଥକ ଦୁରବସ୍ଥା ଏବଂ ଅଭାବ ଯୋଗୁଁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିନଥିଲେ । ସେ ବି ଗତ ରବିବାର ଦିନ ପ୍ରାଣ ହରାଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ କବିତା ଦୁଇ ସନ୍ତାନଙ୍କୁ ନେଇ କଷ୍ଟେମଷ୍ଟେ ଚଳି ଯାଉଥିଲେ ।

ସେ ବି ଆରପାରିକୁ ଚାଲିଯିବା ପରେ ଦୁଇ ସନ୍ତାନ ବର୍ତମାନ ବେସାହାରା ହୋଇଛନ୍ତି । ଦୁଇ ସନ୍ତାନଙ୍କ ମଧ୍ୟରୁ ଝିଅ ଅଶ୍ୱିନୀର ବୟସ (୧୫) ଏବଂ ପୁଅ ସୁଦାମକୁ ହୋଇଛି ମାତ୍ର ୧୨ ବର୍ଷ । ଝିଅ ଅଶ୍ୱିନୀ ଦଶମ ପାସ କରିଥିଲେ ମଧ୍ୟ ଆର୍ôଥକ ଅବସ୍ଥା ଭଲ ନଥିବାରୁ ଉଚ୍ଚ ଶିକ୍ଷାରେ ଡୋରି ପଡିଛି । ପୁଅ ସୁଦାମ ଷଷ୍ଠ ଶ୍ରେଣୀରେ ପଢ଼ୁଛି । ପରିବାରର ଦାୟିତ୍ୱ ଏବେ ବୃଦ୍ଧ କୃଷ୍ଣ ମହାନ୍ତି ତୁଲାଉଛନ୍ତି । ହେଲେ ଜେଜେବାପା କୃଷ୍ଣଙ୍କ ପରେ ଏହି ଦୁଇ ବେସାହାରା ଭାଇ-ଭଉଣୀଙ୍କ ଭାଗ୍ୟ କ’ଣ ହେବ ତାହା ସମୟ କହିବ । ପୁଅ ସୁଦାମ ଜଣେ ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ ପାଠ ପଢ଼ିବା ଲାଗି ସରକାରୀ ସହାୟତା ଆବଶ୍ୟକ ବୋଲି ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking