28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପରଲୋକରେ ବଲିଉଡ୍‌ ଫେସନ୍‌ ଡିଜାଇନର୍‌ ୱିଣ୍ଡେଲ୍ ରୋଡ୍ରିକ୍ସ

ପରଲୋକରେ ବଲିଉଡ୍‌ ଫେସନ୍‌ ଡିଜାଇନର୍‌ ୱିଣ୍ଡେଲ୍ ରୋଡ୍ରିକ୍ସ

ମୁମ୍ବାଇ: ସେଲେବ୍ରେଟି ଫେସନ୍‌ ଡିଜାଇନର୍‌ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ପରଲୋକ ହୋଇଯାଇଛି। ୨୦୧୪ରେ ରୋଡ୍ରିକ୍ସଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର। ୫୯ ବର୍ଷ ବୟସରେ ଗୋଆସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଏଭଳି ହଠାତ ବିୟୋଗରେ ବଲିଉଡ୍‌ର ବହୁ ବଡ଼ ବଡ଼ କଳାକାରଙ୍କ ସହ ରାଜନେତାମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଶଶି ଥରୁର୍, ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ମନ୍ତ୍ରୀ ବିଶ୍ୱଜିତ୍ ରାଣେ ମଧ୍ୟ ଟ୍ୱିଟ୍‌ କରି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରୋଡ୍ରିକ୍ସଙ୍କ ଫେସନ ଶୋ’ରେ ଅନେକ ବଡ଼ ବଡ଼ ବଲିଉଡ୍‌ ଷ୍ଟାର୍‌ ରାମ୍ପ ୱାକ୍ କରିଛନ୍ତି। ସେମାଙ୍କ ମଧ୍ୟରେ, ଦୀପିକା ପାଦୁକୋନ୍, କଙ୍ଗନା ରଣାୱତ୍, ପ୍ରିୟଙ୍କା ଚୋପ୍ରା, ଗୋବିନ୍ଦା, ମଲାଇକା ଅରୋରା ପରି ଷ୍ଟାର ସାମିଲ ଅଛନ୍ତି।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking