37.1 C
Bhubaneswar
Thursday, March 28, 2024
Homeଓଡିଶାନିରାଶ୍ରୟ ବୃଦ୍ଧାଙ୍କ ଶବ ସତ୍କାର କଲା କ୍ଲବ୍ ୟୁଥ୍ ମାସ୍‌

ନିରାଶ୍ରୟ ବୃଦ୍ଧାଙ୍କ ଶବ ସତ୍କାର କଲା କ୍ଲବ୍ ୟୁଥ୍ ମାସ୍‌

ଯାଜପୁର – କେହି ନାହିଁ ଯାହାର ଭଗବାନ ଅଛି ତାହାର । ସେହିଭଳି ବ୍ୟାସନଗର ସହରାଞ୍ଚଳରେ ଦୁଃଖିରଙ୍କି ଓ ନିରାଶ୍ରୟ ଲୋକଙ୍କର ସାହାରା କ୍ଲବ୍ ଦି ୟୁଥ୍ ମାସ୍ ସୁଗ୍ରାମ ନାମକ ଜଣେ ବୃଦ୍ଧ ଗତ କିଛି ତଳେ ଦାନଗଦି ମେଡ଼ିକାଲ ପରିସରରେ ଶୀତ, ବଷ୍‌ର୍ା, କାକରରେ ଗୋଟେ ଗଛ ମୂଳେ ପଡ଼ିରହଥିଲେ । ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ସ୍ଥାନୀୟ ଲୋକମାନେ କ୍ଲବ୍ ୟୁଥ୍ ମାସ୍‌କୁ ଖବର ଦେବାରୁ କ୍ଲବ୍‌ର ସଦସ୍ୟମାନେ ବୃଦ୍ଧାଙ୍କୁ ଆଣି ଆଶ୍ରମରେ ଥଇଥାନ କରିଥିଲେ । ବୃଦ୍ଧା ଜଣଙ୍କ ମସ୍ତିସ୍କ ବିକୃତ ବ୍ୟକ୍ତି ହୋଇଥିବାରୁ ଆଶ୍ରମରୁ ବାହାରି ଶୀତଦିନେ ଦୁଆର ଦୁଆର ବୁଲି ଭିକ୍ଷା ବୃତ୍ତି କରୁଥିଲେ । କାଲି ରାତିରେ ତାଙ୍କୁ ରାସ୍ତା କଡ଼ରେ ସଜ୍ଞାହୀନ ଅବସ୍ଥାରେ ପଡ଼ିଥିବାର ଖବର ଆସିଥିଲା କ୍ଲବ୍‌ର ସଂପାଦକ ରାକେଶ ରାଉତଙ୍କ ପାଖକୁ । ସେ ଏବଂ ତାଙ୍କ ସଦସ୍ୟମାନେ ମିଶି ବୃଦ୍ଧାଙ୍କୁ ଯାଜପୁର ରୋଡ଼ ମେଡ଼ିକାଲକୁ ଆଣି ଦେଖାଇଥିଲେ । ଡ଼ାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଳେ । ବୃଦ୍ଧାଙ୍କର କେହି ନ ଥିବାରୁ କ୍ଲବ୍ ତରଫରୁ ଯାଜପୁର ରୋଡ଼ ଥାନା ଅଧ୍‌ôକାରୀଙ୍କୁ ଅବଗତ କରାଯାଇ ଶବ ସଂସ୍କାର ପାଇଁ ଅନୁମତି ଲୋଡ଼ଥିଲେ । ନିଃସହାୟ ବୃଦ୍ଧାଙ୍କ ଶବ ସଂସ୍କାର କ୍ଲବ୍ ୟୁଥ୍ ମାସ୍ ପକ୍ଷରୁ କରାଯାଇଥିବାରୁ ବ୍ୟାସନଗର ସହରାଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଂଶସା କରିଥିଲେ । ଏହି କାର୍ଯ୍ୟରେ ରାକେଶ କୁମାର ରାଉତ, ପ୍ରକାଶ ଜେନା, ଅଜିତ ପରିଡ଼ା, ଧନଂଜୟ ବେହେରା, ସନ୍ତୋଷ ରାଉତ, ଆଶୁତୋଷ ବଳ, ପଂକଜ ସାହୁ, ସୁଧାଂଶୁ ଶେଖର ରାଉତ, ଚିନ୍ମୟ ଦାସ, ସୁକାନ୍ତ ଦାସ, ବାଦଲ ମୁଖୀ, ମଦନ ମୁଖୀ ଓ କାହ୍ନୁ ମୁଖୀ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking