27.1 C
Bhubaneswar
Tuesday, May 7, 2024
Homeମନୋରଞ୍ଜନପ୍ରଖ୍ୟାତ ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ କେ.ବିଶ୍ୱନାଥଙ୍କ ନିଧନ

ପ୍ରଖ୍ୟାତ ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ କେ.ବିଶ୍ୱନାଥଙ୍କ ନିଧନ

ହାଇଦ୍ରାବାଦ: ତେଲୁଗୁ ସିନେମାର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ଗୁରୁବାର ବିଳମ୍ବିତ ରାତିରେ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନର ଅସୁସ୍ଥତା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପାର୍ଥିବ ଶରୀରକୁ ରାତି ଗୋଟାଏ ବେଳେ ହସ୍ପିଟାଲ୍‌ରୁ ତାଙ୍କ ଜୁବୁଲି ହିଲ୍ସସ୍ଥିତ ନିବାସକୁ ନିଆଯାଇଥିଲା । ୨୦୧୭ରେ ବିଶ୍ୱନାଥଙ୍କୁ ଭାରତୀୟ ଫିଲ୍ମ ଜଗତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଏହା ବ୍ୟତୀତ ତାଙ୍କୁ ୬ ଜତୀୟ ଫିଲ୍ମଫେୟାର୍‌, ପୁରସ୍କାର ୮ ରାଜ୍ୟ ନନ୍ଦୀ ପୁରସ୍କାର ଏବଂ ୧୦ ଫିଲ୍ମଫେୟାର୍ ପୁରସ୍କାର ସମ୍ମାନିତ କରାଯାଇଛି । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ୧୯୩୦ ଫେବୃଆରୀ ୧୯ରେ ଜନ୍ମିତ ବିଶ୍ୱନାଥ କଳା ତପସ୍ୱୀ ନାମରେ ପରିଚିତ ଥିଲେ । ୧୯୫୧ରେ ତେଲୁଗୁ ସିନେମାରେ ସହାୟକ ନିର୍ଦ୍ଦେଶକ ଭାବେ କାର୍ଯ୍ୟାରମ୍ଭ କରିଥିବା କେ. ବିଶ୍ୱନାଥ ୧୯୬୫ରେ ଫିଲ୍ମ ଆତ୍ମା ଗୌରବମ୍‌ର ନିର୍ଦ୍ଦେଶନା ଦେଇଥିଲେ । ଏଥିପାଇଁ ତାଙ୍କୁ ରାଜ୍ୟ ନନ୍ଦୀ ପୁରସ୍କାର ମଧ୍ୟ ମିଳିଥିଲା । ନିର୍ଦ୍ଦେଶନା ଦେବା ବ୍ୟତୀତ ବିଶ୍ୱନାଥ କେତେକ ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ । ୨୦୧୦ରେ ମୁକ୍ତିଲାଭ କରିଥିବା ‘ସୁଭାପ୍ରଦମ୍‌’ ତାଙ୍କ ନିର୍ଦ୍ଦେଶିତ ଶେଷ ଫିଲ୍ମ ।

୭୧ ବର୍ଷର କ୍ୟାରିୟର୍‌ରେ ସେ ୫୫ ଫିଚର୍ ଫିଲ୍ମ ନିର୍ଦ୍ଦେଶିତ କରିଥିବା ବେଳେ ୪୩ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । କେ. ବିଶ୍ୱନାଥଙ୍କ ନିଧନରେ ଭାରତୀୟ ଫିଲ୍ମ ଜଗତର ବିଶିଷ୍ଟ ହସ୍ତୀମାନେ ଶୋକପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରମୁଖ ଶୋକବ୍ୟକ୍ତ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking