35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଉନ୍ନାଓରେ ଦୁଇଟି କାର୍ ମୁହାଁମୁହିଁ ଧକ୍କା, ୫ ମୃତ

ଉନ୍ନାଓରେ ଦୁଇଟି କାର୍ ମୁହାଁମୁହିଁ ଧକ୍କା, ୫ ମୃତ

ଉନ୍ନାଓ: ଉତ୍ତର ପ୍ରଦେଶର ଉନ୍ନାଓରେ ଆଗ୍ରା-ଲକ୍ଷ୍ନୌ ହାଇୱେରେ ଶୁକ୍ରବାର ଅପରାହ୍ଣରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଅନିୟନ୍ତ୍ରିତ ଏକ କାର୍ ଡିଭାଇଡର୍ ଟପି ଅନ୍ୟ ଲେନ୍‌ରେ ଏକ ଏକ୍ସୟୁଭିକୁ ଧକ୍କାଦେଇ ଓଲଟିପଡ଼ିଛି । ଫଳରେ କାର୍‌ରେ ଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇ ପୁଲିସ ଓ ୟୁପିସିଡା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲେ । ସେଠାରୁ ସେମାନଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟର୍ ରେଫର୍ କରାଯାଇଛି । ସୂଚନା ଅନୁସାରେ ବାରାବାଙ୍କୀର ଚିତ୍ରଗୁପ୍ତ ନଗର ନିବାସୀ ଦୀନେଶ କୁମାର ରାଜପୁତ ପରିବାର ସହିତ ତାଜମହଲ ଦେଖିବାକୁ ଯାଇଥିଲେ । ଆଜି ଅପରାହ୍ଣରେ ଫେରୁଥିବା ବେଳେ ତାଙ୍କ ଡିଜାୟର୍ କାର୍ ନିୟନ୍ତ୍ରଣ ହରାଇ ଡିଭାଇଡର୍ ଟପି ବିପରୀତ ଦିଗରୁ ଆସୁଥିବା ଏକ୍ସୟୁଭିକୁ ଧକ୍କା ମାରି ଓଲଟି ପଡ଼ିଥିଲେ । ଦୁର୍ଘଟଣାରେ ଦୀନେଶ (୩୫)ଙ୍କ ସମେତ ତାଙ୍କ ପତ୍ନୀ ଅନୀତା ସିଂହ (୩୨), କନ୍ୟା ଗୌରୀ (୭), ଶାଳୀ ପ୍ରୀତି ସିଂହ (୨୮) ଏବଂ ଶାଶୂ କାନ୍ତି ସିଂହ (୬୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପୁତ୍ର ଲକ୍ଷ୍ୟବୀର (୬), ଆର୍ଯ୍ୟନ୍ (୪) ଏବଂ ଶାଳୀ ପ୍ରିୟା ସିଂହ ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତ ଆହତଙ୍କର ଲକ୍ଷ୍ନୌ ଟ୍ରମା ସେଣ୍ଟରରେ ଚିକିତ୍ସା ଚାଲିଛି । ଲକ୍ଷ୍ୟବୀରଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ଥିବାବେଳେ ଆର୍ଯ୍ୟନ୍ ଓ ପ୍ରିୟାଙ୍କ ଅବସ୍ଥା ଗମ୍ଭୀର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking