35.1 C
Bhubaneswar
Sunday, June 2, 2024
Homeଦେଶ ବିଦେଶଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଇଞ୍ଜିନ୍‌ରେ ନିଆଁ; ଆବୁଧାବିରେ ଜରୁରୀ ଅବତରଣ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଇଞ୍ଜିନ୍‌ରେ ନିଆଁ; ଆବୁଧାବିରେ ଜରୁରୀ ଅବତରଣ, ସମସ୍ତ ଯାତ୍ରୀ ସୁରକ୍ଷିତ

କାଲିକଟ: ଆବୁଧାବିରୁ କାଲିକଟ୍ ଆସୁଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନର ଇଞ୍ଜିନ୍‌ରେ ନିଆଁ ଲାଗିଯିବାରୁ ଆବୁଧାବି ବିମାନ ବନ୍ଦରରେ ଏହାର ଜରୁରୀ ଅବତରଣ କରାଯାଇଛି । ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ଅନୁସାରେ ବିମାନର ସମସ୍ତ ୧୮୪ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଡିଜିସିଏ ସୂଚନା ଅନୁସାରେ ଫ୍ଲାଇଟ୍ ନଂ. ଆଇଏକ୍ସ ୩୪୮ ଭାବେ ଅପରେଟ୍ କରାଯାଉଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ବି୭୩୭-୮୦୦ ବିମାନ ଆବୁଧାବି ବିମାନ ବନ୍ଦରୁ ଉଡ଼ାଣ ଆରମ୍ଭ କରିବା ପରେ ଏହାର ଇଞ୍ଜିନ୍ ନଂ.୧ରେ ନିଆଁ ଲାଗିଯାଇଥିଲା । ଏହି କାରଣରୁ ଏହାକୁ ଫେରାଇ ନିଆଯାଇଥିଲା । ଭିଟି-ଏୱାସି ନମ୍ବରରେ ପଞ୍ଜୀକୃତ ବିମାନରେ ନିଆଁ ଲାଗିବା ବେଳେ ଏହା ଏକ ହଜାର ଫୁଟ ଉଚ୍ଚରେ ଥିଲା ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking