29.1 C
Bhubaneswar
Saturday, April 27, 2024
Homeଓଡିଶାପରିବାରର ବୋଝକୁ ବୋହୁଛି ୯ ବର୍ଷର ବାଳକ, ରୋଗ ଶଯ୍ୟାରେ ବାପା,ମାଆ ଓ ନାବାଳକ ବଡ଼ଭାଇ...

ପରିବାରର ବୋଝକୁ ବୋହୁଛି ୯ ବର୍ଷର ବାଳକ, ରୋଗ ଶଯ୍ୟାରେ ବାପା,ମାଆ ଓ ନାବାଳକ ବଡ଼ଭାଇ ଭିନ୍ନକ୍ଷମ

ମାର୍ଶାଘାଇ : ବୟସ ମାତ୍ର ୯ ବର୍ଷ । ୪ର୍ଥ ଶ୍ରେଣୀରେ ଚାଳିଛି ପାଠ ପଢା । ଏପଟେ କିନ୍ତୁ ପରିବାରର ବୋଝକୁ ମଧ୍ୟ ବୋହିବାକୁ ପଡୁଛି । ପାଠ ପଢା ଓ ଖେଳକୁଦ ବୟସରେ ତାକୁ ପରିବାରର ତିନିତିନି ଜଣ ସଦସ୍ୟଙ୍କ ଖାଇବା ପିଇବା , ରହିବା , ଔଷଧପତ୍ର ବୋଝ ବୋହିବାକୁ ହେଉଛି | ରୋଗଗ୍ରସ୍ତ ବାପା ,ମାଆ ,ବଡଭାଇର ସବୁ କାର୍ଯ୍ୟ କରିବାକୁ ପଡୁଛି | ପରିବାର ଲୋକଙ୍କ ସେବା ବିତୁଛି ଦିନ | ଫଳରେ ଏକ ପ୍ରକାର ପାଠରେ ଡୋରି ବନ୍ଧାସରିଲାଣି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତ ଅନ୍ତର୍ଗତ ଆଠବାଟିଆ (ବଡପାଳବଜାର) ଗ୍ରାମରେ | ଗାଁର ପବିତ୍ର କୁମାର ବେହେରାଙ୍କ ପୁଅ ପ୍ରଥମେଶ ବେହେରାଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା ।
ବୟସ ବହୁତ କମ୍ ହେଇଥିଲେ ମଧ୍ୟ ବାପା ମାଆ ଓ ଭାଇର ସେବାରେ ଲାଗିଛି ପୁଅ ପ୍ରଥମେଶ(ତପୁ) । ପ୍ରତିଦିନ ସକାଳ ହେବା ମାତ୍ରେ ଘରକାମରେ ଲାଗିପଡନ୍ତି ତପୁ । ପାଠ ପଢକୁ ପଛରେ ରଖି ବାପା , ମାଆ ,ଭାଇଙ୍କୁ ବିଛଣାରୁ ଉଠାଇବା , ସେମାନଙ୍କ ନିତ୍ୟକର୍ମ ଆଦି | ନାନାଦି କାର୍ଯ୍ୟ କରାଇନେବା , ପରିବାରର ସଦସ୍ୟମାନଙ୍କ ଖାଇବା ପାଇଁ ରୋଷଇ କରିବା , ବାସନ ଧୋଇବା ଏବଂ ଲୁଗା , ପୋଷାକ ପତ୍ର ସଫା କରିବା ଆଦି ସମସ୍ତ କାର୍ଯ୍ୟ ନିଜେ କରିଥାନ୍ତି ତପୁ ବୋଲି ତାଙ୍କ ପଡୋଶୀ ପ୍ରକାଶ କରିଛନ୍ତି ।
ମିଳିଥିବା ଖବର ଅନୁଯାୟୀ ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତ ଆଠବାଟିଆ ଗ୍ରାମର ପବିତ୍ର ବେହେରା (୪୨) ତିନି ମାସ ହେବ ରୋଗରେ ଶଯ୍ୟାସାୟୀ ପଡିଛନ୍ତି । ପତ୍ନୀ ଚମ୍ପାବତୀ ବେହେରା (୩୮) ଆଜକୁ ୮ ବର୍ଷ ହେବ ଦୁରାରୋଗ୍ୟରେ ପିଡିତ ଆଉ ବଡ ପୁଅ ପ୍ରଦ୍ୟୁମ୍ନ ବେହେରା (୧୨) ଜନ୍ମରୁ ଭିନ୍ନକ୍ଷମ । ପରିବାରର ରୋଜଗାରକ୍ଷମ ପବିତ୍ର ଶଯ୍ୟାସାୟୀ । ପତ୍ନୀ ଆଣ୍ଠୁଗଣ୍ଠିଜନିତ ରୋଗରେ ପିଡିତ ଥିବାରୁ ଚଳପ୍ରଚଳ କରିବାକୁ ଅକ୍ଷମ । ବଡ ପୁଅ ମଧ୍ୟ ଭିନ୍ନ କ୍ଷମ । ପରିବାରର ସମ୍ବଳ ବୋଲି କିଛି ନାହିଁ । ପବିତ୍ର ଜଣେ କ୍ଷୁଦ୍ର ବ୍ୟବସାୟୀ , ସ୍ଥାନୀୟ ବଡପାଳବଜାରରେ ଏକ ଛୋଟ ଜଳଖିଆ ଦୋକାନ କରି ପରିବାର ଚଳାଇଥାନ୍ତି । ପବିତ୍ରଙ୍କ ପାଖରେ ଯାହା କିଛି ସମ୍ବଳଥିଲା ତାହା ପତ୍ନୀଙ୍କ ରୋଗ ଚିକିତ୍ସାରେ ଖର୍ଚ୍ଚ ହୋଲା । ବର୍ତ୍ତମାନ ସେ ନିଜେ ତିନି ମାସ ହେବ ଆଣ୍ଠୁଗଣ୍ଠି ଜନିତ ରୋଗରେ ପିଡିତ ହୋଇ ଶଯ୍ୟାସାୟୀ । ରୋଗର ଚିକିତ୍ସାପାଇଁ କଟକ ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧପତ୍ର ଖାଉଥିଲେ ମଧ୍ୟ ପଇସାପତ୍ର ଅଭାବରୁ ଅଧିକ ଚିକିତ୍ସା କରିବା ପବିତ୍ର ପକ୍ଷେ ସମ୍ଭବ ହେଉ ନଥିବା ତପୁଙ୍କ ମାଆ କୁହନ୍ତି । ଆର୍ଥିକ ସମ୍ବଳ କିଛି ନାହିଁ । ନିଜସ୍ୱ ଜମିବାଡି ନାହିଁ । ବଡପାଳବଜାର ନିକଟବର୍ତ୍ତି ଚଣ୍ଡିଖୋଲ- ପାରାଦ୍ୱିପ ୫(କ) ଜାତୀୟ ରାଜପଥର ସରକାରି ଜମି ଉପରେ ୨ ବଖରା ଛପର ଘର କରି ରହୁଛନ୍ତି । ତାହା ପୁଣି ଛପର ହୋଇ ପାରି ନାହିଁ । ଘରକୁ ପାଲରେ ଢାଙ୍କି ରହୁଛନ୍ତି ବୋଲି ତପୁର ମାଆ କୋହଭରା କଣ୍ଠରେ କୁହନ୍ତି ।
ସରକାରଙ୍କ ତରଫରୁ ଭୂମିହିନ ପରିବାର ହିସାବରେ ଜମି ଓ ଘର ମିଳିଥିଲେ ମଧ୍ୟ ଅର୍ଥ ଅବାବରୁ ଘର କରିବା ସମ୍ଭବ ହେଲାନାହିଁ ବୋଲି ମଧ୍ୟ କୁହନ୍ତି । ସ୍ୱାମୀଙ୍କ ଯାହା ସମ୍ବଳଥିଲା ଥିଲା ତାହା ନିଜ ଓ ବଡ ପୁଅ ଚିକିତ୍ସାରେ ଖର୍ଚ୍ଚ ହେଲା । ପରିବାରର ଏକମାତ୍ର ରୋଗଗାର କ୍ଷମ ଥିଲେ ସ୍ୱାମୀ ପବିତ୍ର । ଦୁଃଖ କଷ୍ଟରେ ମୁଲମଜୁରି ଲାଗି ଘର ଚଳାଇବାସହ ଓଷଧ ପତ୍ର ଓ ସାନ ପୁଅର ପାଠ ପଢା ଖର୍ଚ୍ଚ ଭରଣ କରୁଥିଲେ ।
କିନ୍ତୁ ବର୍ତ୍ତମାନ ତିନି ମାସ ହେବ ରୋଜକାରକ୍ଷମ ପବିତ୍ର ଏବେ ରୋଗ ଶଯ୍ୟାରେ । ହାତରେ ଟଙ୍କାଟିଏ ନାହିଁ । ବହୁତ ଧାର କରଜ ସରିଛି ।ବର୍ତ୍ତମାନ ପରିବାରର ରୋଜଗାର କିଛି ନାହିଁ । ବଡ ପୁଅର ଭତ୍ତା ବାବଦକୁ ମିଳୁଥିବା ମାସିକ ମାତ୍ର ୫୦୦ ଟଙ୍କା ଓ ଖାଉଟି ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ୨୦କିଗ୍ରା. ଚାଉଳ ତାଙ୍କ ପରିବାର ହିଁ ସମ୍ବଳ ବୋଲି କୁହନ୍ତି ତପୁଙ୍କ ମାଆ । ଅର୍ଥ ଅବାବରୁ ସ୍ୱାମୀ ଓ ନିଜର ରୋଗ ଚିକିତ୍ସା କରାଇ ପାରୁ ନଥିବା କହୁଥିବା ବେଳେ ପୁଅର ପାଠ ପଢା ଚିନ୍ତାରେ ଏବେ ତପୁଙ୍କ ମାଆ । ଭଲ ପାଠ ପଢୁଥିଲେ ମଧ୍ୟ ପାଠ ପଢାରେ ଅଧିକ ସମୟ ଦେଇ ପାରୁ ନଥିବା କୁହନ୍ତି ତପୁ । ବାପା ,ମାଆ ଓ ଭାଇର ସେବାକରି ଖୁସିବ୍ୟକ୍ତ କରୁଥିଲେ ମଧ୍ୟ ବାପା ଓ ମାଆଙ୍କ ରୋଗର ଚିକିତ୍ସା କରାଇବା ଓ ତାଙ୍କୁ ଆରୋଗ୍ୟ କରାଇବା ନେଇ ସେ ବହୁତ ଚିନ୍ତିତ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି । ପବିତ୍ରଙ୍କ ପରିବାରର ଏପରି ଏକ ଦୁର୍ଦ୍ଦିନ ସମୟରେ ତାଙ୍କୁ ସରକାରୀ ସହୟତା ପ୍ରଦାନ କରାଯିବା ସହ ରୋଗ ଚିକିତ୍ସା କରାଇବା ପାଇଁ ଲୋକେ ଦାବୀ କରିଛନ୍ତି ।
ତେବେ ଏସମ୍ପର୍କରେ ମାର୍ଶାଘାଇ ବିଡିଓ ଦେବେନ୍ଦ୍ରନାଥ ସ୍ୱାଇଁଙ୍କ ପଚାରିବାବେ ସେ କୁହନ୍ତି ପବିତ୍ରଙ୍କ ପରିବାରକୁ ଯଥାଶୀଘ୍ର
ସରକାରି ସହୟତା ପ୍ରଦାନ କରାଯିବ ଓ ବର୍ତ୍ତମାନ ପଞ୍ଚାୟତ ତରଫରୁ ତଥା ସରପଞ୍ଚ ବିପୁଲ୍ ନାୟକଙ୍କ ପବିତ୍ରଙ୍କ ପରବାରକୁ
ଭେଟି ଆଜି କିଛି ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଅଛି ଓ ଅଧିକ ସାହାର୍ଯ୍ୟ ଓ ସହୟତା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking