30.1 C
Bhubaneswar
Friday, April 26, 2024
Homeଓଡିଶାନବୀନ-ଧର୍ମେନ୍ଦ୍ର ନିକଟତର

ନବୀନ-ଧର୍ମେନ୍ଦ୍ର ନିକଟତର

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି) : ବିଜେଡି-ବିଜେପି ଭିତରେ ସମ୍ପର୍କର ସେତୁ କ୍ରମେ ନୀବିଡ଼ ହେଉଥିବା ଦେଖାଯାଉଛି । ଦୁଇ ଦଳ ମଧ୍ୟରେ ଦୂରତା ମଧ୍ୟ କମିବାରେ ଲାଗିଛି । ପରସ୍ପରକୁ ହାତ ବଢ଼ାଇ ଓ ହାତରେ ହାତ ମିଳାଇ ଚାଲିବା ପାଇଁ ଏବେ ଉଦ୍ୟମ ଚଳାଇଥିବା ଦେଖାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏକଦା ଅଛୁଆଁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ପ୍ରୀୟ ହୋଇଉଠିଛନ୍ତି । ଯେଉଁ କାର୍ଯ୍ୟକ୍ରମକୁ ଧର୍ମେନ୍ଦ୍ରଙ୍କୁ ଅତିଥି କରାଯାଉଥିଲା ସେଠାକୁ ନବୀନ ଯାଉ ନ ଥିଲେ । ଗୋଟିଏ ମଞ୍ଚରେ ଧର୍ମେନ୍ଦ୍ରଙ୍କ ସହ ସେ ବସିବାକୁ ପସନ୍ଦ କରୁ ନ ଥିଲେ । ହେଲେ ଏବେ ଆଉ ସେ ସ୍ଥିତି ନାହିଁ । ୫ମ ପାଳି ସରକାର ଗଠନ କରିବା ପରେ ନବୀନଙ୍କ ରାଜନୈତିକ କାର୍ଯ୍ୟଧାରା ସମ୍ପୂର୍ଣ୍ଣ ଓଲଟିଯାଇଥିବା ଦେଖାଯାଉଛି । ତାଙ୍କର ଏହି ରାଜନୈତିକ ପରିବର୍ତ୍ତନ ପଛର କାରଣ କଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ହେଲେ ବିଭିନ୍ନ ସମୟରେ ବିରୋଧୀ ଏହାକୁ ନେଇ ଅନେକ କଥା କହିଚାଲିଛନ୍ତି । କିନ୍ତୁ କିଛି ନିର୍ଦ୍ଦିଷ୍ଟ ନିର୍ଯ୍ୟାସରେ ପହଞ୍ôଚ ପାରିନାହାଁନ୍ତି । ଏବେ ଏଭଳି ଏକ ଘଟଣାକ୍ରମରେ ଉଭୟ ଧର୍ମେନ୍ଦ୍ର ଓ ନବୀନ ଏକାଠି ହେବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ମିଶି ଭୁବନେଶ୍ୱରରେ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମରେ ସୋମବାର ଅନୁଷ୍ଠିତ ଜର୍ସି ଉନ୍ମୋଚନ ଉତ୍ସବରେ ନବୀନଙ୍କ ସହ ଗୋଟିଏ ମଂଚରେ ଏକାଠି ହୋଇଥିଲେ ଧର୍ମେନ୍ଦ୍ର । ଆଉ ଉଭୟ ପାଖାପାଖି ମଧ୍ୟ ବସିଥିଲେ । କେବଳ ମଂଚରେ ଏକାଠି ବସିଥିଲେ ତାହା ନୁହେଁ ଉଭୟ ପରସ୍ପର ମଧ୍ୟରେ ଆଲୋଚନା ମଧ୍ୟ କରୁଥିବା ଦେଖାଯାଇଥିଲା । ଏପରି କି ଧର୍ମେନ୍ଦ୍ର ମଧ୍ୟ ନବୀନଙ୍କ ପ୍ରତି ତାଙ୍କ ଆଭିମୁଖ୍ୟର ପରିବର୍ତ୍ତନ ଆଣିଛନ୍ତି । ଯେଉଁ ଧର୍ମେନ୍ଦ୍ର ଏକଦା ବିମାନବନ୍ଦରରେ ପାଦଦେବାଠାରୁ ଫେରିଯିବା ପର୍ଯ୍ୟନ୍ତ କେବଳ ନବୀନଙ୍କୁ ହିଁ ଟାର୍ଗେଟ କରୁଥିଲେ ସେ ଏବେ ପୁରା ବଦଳି ଯାଇଛନ୍ତି । ଧର୍ମେନ୍ଦ୍ରଙ୍କ ତୁଣ୍ଡରୁ ଆଉ କେବେ ନବୀନ ବିରୋଧୀ ବକ୍ତବ୍ୟ ବାହାରୁନାହିଁ । ଅନ୍ୟ ପଟରେ ସେ ଏବେ ନବୀନଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ଦେଖାଯାଉଛି । ଅବଶ୍ୟ ନବୀନଙ୍କ ଅଫିସରଙ୍କ ପ୍ରତି ଧର୍ମେନ୍ଦ୍ରଙ୍କ ମନୋଭାବରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିନାହିଁ । ହେଲେ ନବୀନଙ୍କୁ ଧର୍ମେନ୍ଦ୍ର ଆଉ ଟାର୍ଗେଟରେ ରଖୁନାହାଁନ୍ତି । କୋଣାର୍କ ବିଚରେ ଯେଉଁ ଇକୋ ରିଟ୍ରିଟ କରାଯାଇଛି ସେଠାରେ ଧର୍ମେନ୍ଦ୍ର ଆସି ରାତ୍ରୀ ଯାପନ କରି ଭୂୟସୀ ପ୍ରଶଂସା କରିଛନ୍ତି ନବୀନଙ୍କ କାର୍ଯ୍ୟକୁ । ଏପରି କି ଶ୍ରୀ ଜଗନ୍ନାଥ ମନ୍ଦିର ଚାରିପାଖ ଉଚ୍ଛେଦ ଘଟଣାରେ ବି ଧର୍ମେନ୍ଦ୍ର ମାପିଚୁପି ମତ ରଖିଥିଲେ, ନବୀନଙ୍କୁ ବିରୋଧ କରି ନ ଥିଲେ ।
‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ନବୀନ-ଧର୍ମେନ୍ଦ୍ର ପାଖପାଖି ବସିଥିଲେ । ଉଭୟଙ୍କ ଭିତରେ ଯଦି ତିକ୍ତତତା ଥାନ୍ତା ତାହାହେଲେ କେହି କାହାରି ସହ କଥା ହୋଇ ନ ଥାନ୍ତେ । ନବୀନଙ୍କ ରାଜନୈତିକ ସ୍ୱଭାବ ଯାହା ସେଥିରେ ଯଦି ପରିସ୍ଥିତିରେ ପଡ଼ି ଚାହୁଁ ନ ଥିବା ବ୍ୟକ୍ତିଙ୍କ ସହ ବସନ୍ତି ସେ କେବେହେଲେ ତାଙ୍କ ଆଡ଼କୁ ଅନାନ୍ତି ନାହିଁ କି କଥା ହୁଅନ୍ତି ନାହିଁ । ଅତିତରେ ଏଭଳି ଅନେକ ଘଟଣା ଦେଖାଯାଇଛି । ଏଥର ଧର୍ମେନ୍ଦ୍ରଙ୍କ ସହ ଆଲୋଚନା କରୁଥିବା ଅର୍ଥ ତାଙ୍କ ମନରେ ଧର୍ମେନ୍ଦ୍ରଙ୍କ ପ୍ରତି ଆଉ ଅସ୍ୱୀୟା ମନୋଭାବ ନାହିଁ ।
ବିଜେପି-ବିଜେଡି ସମ୍ପର୍କର ଏହା ଏକ ବଡ଼ ଘଟଣା ବୋଲି କୁହାଯାଉଛି । ଧର୍ମେନ୍ଦ୍ର ଓଡ଼ିଶା ବିଜେପିର ଅଘୋଷିତ ମଙ୍ଗ ଧରିଥିବାରୁ ତାଙ୍କ ସହ ଆଉ ତିକ୍ତତା ସୃଷ୍ଟି କରିବାକୁ ନବୀନ ଚାହୁଁନାହାଁନ୍ତି । ପୂର୍ବରୁ ଧର୍ମେନ୍ଦ୍ର ମଧ୍ୟ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ନବୀନଙ୍କ ସହ ଏବେ ହାତରେ ହାତ ମିଳାଇ କାର୍ଯ୍ୟ କରିବାର ରହିଛି ବୋଲି କହିସାରିଛନ୍ତି । ରାଜ୍ୟର ବିକାଶ ଆଳଦେଇ ନବୀନଙ୍କ ସହ ସମ୍ପର୍କ ବଢ଼ାଇବା କଥା ଉଲ୍ଲେଖ କରିବା ପରେ ଉଭୟ ଦଳଦ ମଧ୍ୟରେ ଯେଉଁ କିଛି ତିକ୍ତତା ବେଳେ ବେଳେ ଦେଖାଯାଉଛି ତାହା କେବଳ ରାଜନୀତି ପାଇଁ ବାଧ୍ୟ ବାଧକତା ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking