28.1 C
Bhubaneswar
Thursday, March 28, 2024
Homeଅପରାଧ୩ ମାସ ଧରି ନାବାଳିକା ସହ ହେଉଥିଲା ଏଭଳି କାର୍ଯ୍ୟ

୩ ମାସ ଧରି ନାବାଳିକା ସହ ହେଉଥିଲା ଏଭଳି କାର୍ଯ୍ୟ

ଅହମ୍ମଦାବାଦ : ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ଥମିବାର ନାଁ ଧରୁନି । ଛୋଟ ଶିଶୁ କନ୍ୟା ଠାରୁ ଆରମ୍ଭ କରି ନାବାଳିକା ଏବଂ ମହିଳାଙ୍କ ପର‌୍ୟ୍ୟନ୍ତ ସମସ୍ତେ ଦୁଷ୍କର୍ମର ଶିକାର ହେଉଛନ୍ତି । ତେବେ ନାରୀଟି କେବେ ବି କେଉଁଠି ବି ସୁରକ୍ଷିତ ନୁହେଁ । କେତେବେଳେ ବାହାର ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଉଛି ତ କେତେବେଳେ ଘରେ ନିଜ ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର । ସେ ପୁଣି ବାପା, ଦାଦା, ଭାଇ, ମାମୁଁ ଏମାନଙ୍କ ଦ୍ୱାରା । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା ଅହମ୍ମଦାବାଦରେ ଦେଖିବାକୁ ମିଳିଛି । ଏହି ଘଟଣାଟି ଗୁଜୁରାଟର ସୁରଟ ଜିଲ୍ଲାରେ ଘଟିଥିବା ବେଳେ ଜିଲ୍ଲାର ବରାଛା, ଉଦ୍ଧନା ଏବଂ ଉନ୍ନନ ସହରରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିଲା । ଜଣେ ୧୩ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ ଘଟଣା ।
ସୂଚନା ଅନୁସାରେ, ପୀଡ଼ିତାଙ୍କ ବାପା ଭାରତ କରସନ ଭଖର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପତ୍ନୀଙ୍କ ଚିକିତ୍ସା ପାଇଁ ୫,୦୦୦ଟଙ୍କା ଆଣିଥିଲେ । ପରେ ଭାରତ ପୀଡ଼ିତାଙ୍କ ପାଇଁ କାମ ଖୋଜିଛି ବୋଲି କହି ତାଙ୍କୁ ୩ମାସ ପାଇଁ ଘରୁ ନେଇ ଯାଇଥିଲା । ପରେ ଅନ୍ୟ ୬ଜଣଙ୍କ ସହ ମିଶି ତାଙ୍କ ସହ ଦୁଷ୍କର୍ମ କରିଥିଲା । ୩ମାସ ପରେ ପୀଡ଼ିତା ବହୁ କଷ୍ଟରେ ଭାରତଙ୍କ କବଳରୁ ମୁକୁଳି ଆସି ପରିବାର ଲୋକଙ୍କୁ ପୂରା ଘଟଣା ଜଣାଇଥିଲେ । ୩ମାସରେ ଭାରତ ପୀଡ଼ିତାଙ୍କୁ ବେଶ୍ୟାବୃତ୍ତିରେ ମଧ୍ୟ ନିୟୋଜିତ କରିଥିବା ତଦନ୍ତରୁ ଜଣାପଡିଛି ।
ଅଭିଯୁକ୍ତମାନେ ପୀଡ଼ିତାଙ୍କ ବାପାଙ୍କୁ ପୋଲିସରେ ଅଭିଯୋଗ ନକରିବା ପାଇଁ ଦେଉଥିଲେ ହତ୍ୟା ଧମକ । ଅଭିଯୁକ୍ତମାନେ ହେଲେ ଭାରତ କରସନ ଭଖର, ଯୋଗେଶ ମନସୁଖ୍ ସେନଜାଲିଆ, ସୁନୀଲ ବାବୁ ବାଘେଲା, କୌଶିକ୍ ମନସୁଖ୍ ସେନଜାଲିଆ, ଭାରତ ଜସମତ, ଜଗଦୀଶ ମୋହନ ଏବଂ ସନ୍ଦୀପ ଶିବରାମ ଗୁପ୍ତା । ୭ଜଣ ଅଭିଯୁକ୍ତକୁ ପୋକ୍ସୋ ଆକ୍ଟ ଅନୁଯାୟୀ ଗିରଫ କରିଛି ପୁଲିସ । ଅଭିଯୁକ୍ତ ମାନଙ୍କ ବୟସ ୨୩ରୁ ୫୫ବର୍ଷ ବୟସ ମଧ୍ୟରେ ହୋଇଥିବା ବେଳେ ୩ମାସ ମଧ୍ୟରେ ପୀଡ଼ିତାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଥିଲେ ଅଭିଯୁକ୍ତମାନେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking