39.1 C
Bhubaneswar
Friday, April 26, 2024
Homeଓଡିଶାସମ୍ପତ୍ତି ପାଇଁ ପରକଲା ପୁଅ : ଚୁଲି ମୁଣ୍ଡେ ବାପା, ମା’

ସମ୍ପତ୍ତି ପାଇଁ ପରକଲା ପୁଅ : ଚୁଲି ମୁଣ୍ଡେ ବାପା, ମା’

ବଳଙ୍ଗା : କେତେ ଦିଅଁ ଦେବତା ପୁୁଜି ତିନି ଝିଅରେ ପୁଅ ପାଇଥିଲେ, ହେଲେ ସାମାନ୍ୟ ସମ୍ପତି ଲୋଭରେ ବାପା ମା,ଙ୍କୁ ପର କରିଦେଲା ପୁଅ । ମାଡମାରି ଲହୁଲୁହାଣ କରି ଶେଷରେ ଘରୁ ବାହାର କରିଦେଲା । କାଳେ ଘର ବ୍ୟବହାର କରିବେ ବୋଲି ଘରେ ତାଲା ପକାଇ ଚାଲିଗଲା । ଏବେ ଚୁଲିମୁଣ୍ଡେ ଦିନ କାଟୁଛନ୍ତି ବୃଦ୍ଧ ବାପା ମା’ । ପୁରୀ ଜିଲ୍ଲା ବଳଙ୍ଗା ଥାନା ରେସିଙ୍ଗା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଘଟଣା ।
ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ର ନିଜ ପୁଅ ବୋହୂଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ନ୍ୟାୟ ମାଗିଛନ୍ତି । ପୂଣ୍ଣଚନ୍ଦ୍ରଙ୍କ ଅଭିଯୋଗ ହେଉଛି ବିବାହ ପରେ ପତ୍ନୀ ଓ ଶ୍ୱଶୁର ଘର କଥାରେ ପଡ଼ି ପୁଅ ସୁଶାନ୍ତ ଘର ସମ୍ପତ୍ତି ବିକ୍ରି କରିବାକୁ ଚାହିଁଥିଲେ । ଗାଁ ଘରଡିଅ ବିକି ବାହାରେ ରହିବାକୁ ଇଛା କରିଥିଲା ପୁଅ । ହେଲେ ଭିଟାମାଟି ବିକିବାକୁ ମନା କରିବାରୁ ଆରମ୍ଭ ହୋଇଥିଲା ଅକଥନୀୟ ନିର୍ଯାତନା । ବାପା ମାଙ୍କୁ ମାଡ ମାରି ଘରୁତଡ଼ିଦେଲା । ଥାନାରେ ପୁଅ ନାଁରେ ଅଭିଯୋଗ ବି କଲେ ବାପା । ହେଲେ କିଛି ଲାଭ ହେଲାନି । ବଂର ବାପା ମା’ଙ୍କୁ ଘରୁ ବାହାର କରିଦେଇ ରହିବା ଘରେ ତାଲା ପକାଇ ପୁଅବୋହୂ ଚାଲିଗଲେ । ଏବେ ଘର ବାହାରେ ଥିବା ଚୁଲିମୁଣ୍ଡେ ଜୀବନ ଜୀଉଁଛନ୍ତି ଦମ୍ପତି । ପର ଘରେ ମୂଲଲାଗି ଦୁଇ ଓଳି ମୁଠା ଦାନା ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି । ଯେଉଁଦିନ କାମ ନମିଳୁଛି ସେଦିନ ପେଟରେ ଓଦାକନା ପଡ଼ିବା ଛଡା ଅନ୍ୟ ଉପାୟ ନାହିଁ । ଏବେ ସ୍ଥିତ ଏମିତି ହେଲାଣି ଯେ ରୋଗରେ ପଡ଼ି ଜୀର୍ଣ୍ଣ ଶୀର୍ଣ୍ଣ ହୋଇପଡ଼ିଲେଣି । କେତେବେଳେ କେମିତି ନିକଟରେ ବିବାହ ହୋଇଥିବା ସାନଝିଅ ଆସି ବାପା ମା’ଙ୍କ ଭଲମନ୍ଦ ବୁଝିଯାଉଛି । ହେଲେ ପୁଅ ଯାଇଛି ଯେ ଆଜକୁ ୪ବର୍ଷହେଲା ଫେରିନି । କହିବେ କାହାକୁ ବା ଶୁଣିବେ ବା କିଏ?

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking