30.1 C
Bhubaneswar
Wednesday, April 24, 2024
Homeକରୋନାଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ବ୍ୟାପୁଥିବାର ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ଉଦବୋଧନ ଦେବେ । ଟ୍ୱିଟ୍ କରି ମୋଦୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି ଯେ, ବିଶ୍ୱ ମହାମାରୀ କରୋନା ଭୂତାଣୁର ବଢୁଥିବା ପ୍ରକୋପ ବିଷୟରେ ମୁଁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଶବାସୀଙ୍କ ସହିତ ବାଣ୍ଟିବି । ଆଜି ମାର୍ଚ୍ଚ ୨୪ ରାତି ୮ଟାରେ ସମ୍ବୋଧିତ କରିବି । ପୂର୍ବରୁ ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ । ଏହି ସମୟରେ ମୋଦୀ କରୋନା ଭୂତାଣୁଠାରୁ ସତର୍କ ରହିବା ଏବଂ ଏହା ବିରୋଧରେ ଲଢେ଼ଇ କରିବାରେ ଜନତାଙ୍କ ସହଯୋଗ ଲୋଡ଼ିଥିଲେ । ମାର୍ଚ୍ଚ ୨୨ ରେ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ଏହା ପରେ ଗତ ରବିବାର ମାର୍ଚ୍ଚ ୨୨ରେ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଇଥିଲା ।
https://onakhabar.com/2020/03/24/state-declared-luck-down/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking