28.1 C
Bhubaneswar
Friday, May 3, 2024
Homeଅପରାଧନକଲି ସାର୍ଟିଫିକେଟ ଘଟଣା: ମାଷ୍ଟରମାଇଣ୍ଡ ଶିକ୍ଷକ ଗିରଫ

ନକଲି ସାର୍ଟିଫିକେଟ ଘଟଣା: ମାଷ୍ଟରମାଇଣ୍ଡ ଶିକ୍ଷକ ଗିରଫ

ବ୍ରହ୍ମପୁର: ନକଲି ସାର୍ଟିଫିକେଟ କାରବାରର ଚଳାଇଥିବା ମାଷ୍ଟରମାଇଣ୍ଡଙ୍କୁ ଆଜି ଗୋଶାଣିନୁଆଗାଁ ଥାନା ପୁଲିସ କାବୁ କରିଛି । ଖଲିକୋଟ ଥାନା ଅନ୍ତର୍ଗତ ଲଙ୍ଗେଳେଶ୍ୱରରୁ ମାଷ୍ଟେରମାଇଣ୍ଡ ତଥା ଜଣେ ସ୍କୁଲ୍ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି । ଅଟକ ଶିକ୍ଷକଙ୍କୁ ନକଲି ସାର୍ଟିଫିକେଟ କାରବାରର ବିଷୟକୁ ନେଇ ପୁଲିସ ପଚରାଉଚରା କରୁଛି । ତାଙ୍କ ନିକଟରୁ ଅନେକ ଜାଲ୍ ସାର୍ଟିଫିକେଟ ଜବତ କରିଛି । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ ଯେ ଗୋଶାଣିନୁଆଗାଁ ଅଞ୍ଚଳର ଜଣେ ଯୁବକ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ତାଙ୍କରି ଅଭିଯୋଗକୁ ଆଧାର କରି ପୁଲିସ ସମ୍ପୃକ୍ତ ଠକ ଶିକ୍ଷକଙ୍କୁ କାବୁ କରିଛି । ତାଙ୍କ ନିକଟରୁ ଜବତ ସାର୍ଟିଫିକେଟ ଗୁଡିକ ସେ କିପରି ଓ କେଉଁଠି ପ୍ରସ୍ତୁତ କରୁଛନ୍ତି ତାହା ପୁଲିସ ଛାନ୍‌ଭିନ୍ କରୁଛି । ଶିକ୍ଷକ ଜଣଙ୍କ ବିଭିନ୍ନ ରାଜ୍ୟର କେତେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ନକଲି ସାର୍ଟିଫିକେଟ ବନାଇ ଆଶାୟୀ ଯୁବକ ଓ ଯୁବତୀ ମାନଙ୍କୁ ତାହା ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି । ଏହି ନକଲି ସାର୍ଟିଫିକେଟ ପ୍ରସ୍ତୁତ ନିଜେ ଶିକ୍ଷକ କରୁଥିଲେ ନାଁ ଏହି ଗ୍ୟାଙ୍ଗରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ଅଛି ସେନେଇ ପୁଲିସ ଏବେ ଖୋଳତାଡ କରୁଥିବା କହିଛି । ଅନ୍ୟପକ୍ଷରେ ତଦନ୍ତରେ ବାଧାପ୍ରାପ୍ତ ଦୃଷ୍ଟିରୁ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିବାକୁ ପୁଲିସ ମନା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking