37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଆତ୍ମସମର୍ପଣ କଲା ଅମୃତପାଲ ସିଂ

ଆତ୍ମସମର୍ପଣ କଲା ଅମୃତପାଲ ସିଂ

ନୂଆଦିଲ୍ଲୀ: ୱାରିସ ଦେ ପଞ୍ଜାବ ସଂଗଠନର ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହଙ୍କ ଆତ୍ମସମର୍ପଣ । ପଞ୍ଜାବ ମୋଗା ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ ପରେ ଅମୃତପାଲଙ୍କୁ ପୋଲିସ ଅଟକ ରଖିଛି । ଗତ ମାର୍ଚ୍ଚ ୧୮ରୁ ଅମୃତପାଲ ପୋଲିସକୁ ଚକ୍‌ମା ଦେଉଥିଲା । ପଞ୍ଜାବ ପୋଲିସ ଅମୃତପାଲଙ୍କୁ ୱାଣ୍ଟେଡ୍ ଘୋଷଣା କରିଥିଲା । ଖଲିସ୍ତାନୀ ସମର୍ଥକ ଅମୃତପାଲ ନାଁରେ ଅନେକ ଅପରାଧିକ ମାମଲା ରହିଛି । ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମ୍ରିତ ପାଲ ସିଂହକୁ ପଳାତକ ଘୋଷଣା କରିଥିଲା ପୋଲିସ । ତାକୁ ଧରିବା ପାଇଁ ଜୋରଦାର୍‌ ଅପରେସନ ଚଳାଇଥିଲା ।

ସେ ବେଶ ବଦଳାଇ ବୁଲୁଥିବାର ମଧ୍ୟ ସୂଚନା ମିଳିଥିଲା । ଜଳନ୍ଧର ମହିତପୁର ଅଞ୍ଚଳରେ ପୋଲିସକୁ ଚକମା ଦେଇ ଖସି ଯାଇଥିଲା ଅମ୍ରିତ ପାଲ ସିଂହ। ପୋଲିସ ତାକୁ ୨୦-୨୫ କିଲୋମିଟର ଗୋଡ଼ାଇ ଥିଲେ ମଧ୍ୟ ଖସିଯିବାରେ ସେ ସକ୍ଷମ ହୋଇଥିଲା । ୧୮ ମାର୍ଚ୍ଚରେ ପଞ୍ଜାବରୁ ବାହାରିବା ବେଳେ ବାରମ୍ବାର ଗାଡ଼ି ଏବଂ ବେଶ ବଦଳାଇ ଗଳି ରାସ୍ତା ଦେଇ ୧୯ ମାର୍ଚ୍ଚ ସକାଳେ ହରିୟାଣାରେ ପହଞ୍ଚିଥିଲା ଅମୃତପାଲ୍ । ସେ ପଞ୍ଜାବରୁ ହରିୟାଣା ଖସିଯିବା ବେଳର ଅନେକ ସିସିଟିଭି ଭିଡିଓ ବି ସାମ୍ନାକୁ ଆସିଥିଲା । ଏଥିରେ ସେ କେଉଁଠି କାର୍‌ରେ ଯାଉଛି ତ କେବେ ପୁଣି କାର୍‌ରୁ ଓହ୍ଲାଇ ବାଇକରେ ଯାଉଛି । ଆଉ କେତେବେଳେ ବାଇକ୍ ଖରାପ ହୋଇଯିବାରୁ ତିନି ଚକିଆ ଅଟୋ ରିକ୍ସାର ପଛପଟେ ବସି ଯାଉଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking