37.1 C
Bhubaneswar
Friday, May 17, 2024
Homeଓଡିଶାପୋଖରୀରେ ବୁଡି କଲେଜ ଛାତ୍ରଙ୍କ ମୃତ୍ୟୁ

ପୋଖରୀରେ ବୁଡି କଲେଜ ଛାତ୍ରଙ୍କ ମୃତ୍ୟୁ

ରାୟଗଡା: ରାୟଗଡା ଜିଲ୍ଲା କୋଲନରା ବ୍ଲକର ଶେଷଖାଲ ଗ୍ରାମର ମରସାଲି ଶ୍ରୀନୁଙ୍କ ଏକ ମାତ୍ର ପୁଅ ସାଇ ଭାରତ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସାଇଭାରତ ପାର୍ବତୀପୁର ଏମଆର ନଗରମକୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଶନିବାର ଅପରାହ୍ନରେ ସେ ସାଙ୍ଗ ମାନଙ୍କ ସହ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ସାଇ ଭାରତଙ୍କୁ ପୋଖରୀରୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ ।

ତେବେ ମେଡିକାଲରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ସାଇ ଭାରତ ଜଣେ ଭଲ ଛାତ୍ର ଥିବା ବେଳେ ବିଶାଖାପାଟଣମରେ ବି.ଟେକର ପ୍ରଥମ ବର୍ଷ ଛାତ୍ର ଥିଲେ । ଗାଁରେ ସେ ସବୁବେଳେ ଲୋକଙ୍କ ସେବା କରୁଥିବାରୁ ଲୋକେ ସାଇ ଭାରତକୁ ବେଶ ଭଲ ପାଉଥିଲେ । ଆଜି ଗାଁରେ ତାଙ୍କର ଶବ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗାଁ ଦାଣ୍ଡ କାନ୍ଦରେ ଫାଟି ପଡୁଥିଲା। ଗୋଟିଏ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking