28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗହ୍ୱାଟସଆପ ପଲିସିକୁ ଆହୁରି ଭଲ ଭାବରେ ଆମେ ରୋଲ ଆଉଟ କରିପାରିବୁ

ହ୍ୱାଟସଆପ ପଲିସିକୁ ଆହୁରି ଭଲ ଭାବରେ ଆମେ ରୋଲ ଆଉଟ କରିପାରିବୁ

ନୂଆଦିଲ୍ଲୀ: ଇଣ୍ଡିଆ ଟୁ ଡେ କନକ୍ଲେଭ ଇଷ୍ଟ ୨୦୨୧ର ଏକ ସେସନ ମଧ୍ୟରେ ଫେସବୁକ ଇଣ୍ଡିଆ ଡାଇରେକ୍ଟର ଓ ଭାଇସ ପ୍ରେସିଡେଣ୍ଟ ଅଜିତ୍ ମୋହନ ହ୍ୱାଟସଆପର ନୂଆ ପଲିସି ସଂପର୍କରେ ଆଲୋଚନା କରିଛନ୍ତି । ଅଜିତ ମୋହନ କହିଛନ୍ତି, ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି କୁ ଆମେ ଆହୁରି ସୁନ୍ଦର ଭାବରେ ରୋଲ ଆଉଟ କରିପାରିବୁ । ଲୋକଙ୍କ ନିକଟରେ ଆମେ ଏହି ପଲିସିକୁ ବିସ୍ତାର ଭାବରେ ରଖିପାରିବୁ । ଯାହା ଆମେ କରିଛୁ । ଅଜିତ ମୋହନ କହିଛନ୍ତି ଯେ, ହ୍ୱାଟସଆପ ନୂଆ ପଲିସି ନେଇ ଭାରତରେ ଲୋକେ ସଜାଗ ରହିଥିବା ଆମେ ଜାଣିଛୁ । ଲୋକଙ୍କୁ ସିକ୍ୱୋର ଓ ଏନକ୍ରିପଟେଡ କମ୍ୟୁନିକେସନ ଦରକାର । ହ୍ୱାଟସଆପ ମେସେଜ ସିକ୍ୱୋର ଏବଂ କେହି ବି ଏହାକୁ ପଢିପାରିବେ ନାହିଁ । ଫେସବୁକ ନିଜେ ମଧ୍ୟ ଏହାକୁ ପଢିପାରିବ ନାହିଁ । ଆମେ ଘରୋଇ କମ୍ପାନୀ । ଭାରତୀୟ ଆଇନକୁ ସମ୍ମାନ ଦେଉଛୁ । ହ୍ୱାଟସଆପରେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ରହିଛି ଏବଂ ଆମେ କାହାର ମେସେଜ ପଢିପାରିବୁନି । ପ୍ରାଇଭେସି ନେଇ ଲୋକେ କେୟାର କରୁଥିବା ସେ କହିଛନ୍ତି । ଯଦି ଲାଗୁଚି କି ମେସେଜ ପ୍ରାଇଭେଟ ନୁହେଁ, ତାହେଲେ ଏମିତି ଅନେକ ଆପ୍ସ ବିକଳ୍ପ ଭାବରେ ରହିଛି । ଆମକୁ ପ୍ରତିଦିନ ଲୋକଙ୍କ ବିଶ୍ୱାସ ଜିତିବାକୁ ପଡିବ । ମାର୍କେଟରେ ପ୍ରତିଯୋଗୀତା ରହିଛ । ସେଥିପାଇଁ ଆମେ ଆମେ ଗ୍ରାଣ୍ଟେଡ ନେଉନାହୁଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking