31.1 C
Bhubaneswar
Wednesday, May 8, 2024
Homeଓଡିଶାଚଳିତ ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ରୂପେ ଇ-ବିଧାନସଭା ହେବ : ବାଚସ୍ପତି

ଚଳିତ ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ରୂପେ ଇ-ବିଧାନସଭା ହେବ : ବାଚସ୍ପତି

ଭୁବନେଶ୍ୱର : ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ସମ୍ପୂର୍ଣ୍ଣ ରୂପେ ଇ-ବିଧାନସଭା ରୂପେ କାର‌୍ୟ୍ୟ କରିବ । ବାଚସ୍ପତି ଡ଼ଃ ସୂର‌୍ୟ୍ୟ ନାରାୟଣ ପାତ୍ର ଏହା ପ୍ରକାଶ କରିବା ସହ ଏ ସମ୍ପର୍କରେ ସମୀକ୍ଷା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆହ୍ୱାନ କରିଛନ୍ତି । ମହାମାନ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ଠାରୁ ଆରମ୍ଭ କରି ବଜେଟ୍ ଉପସ୍ଥାପନ, ବିଧାନସଭା ସଦସ୍ୟମାନଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଏବଂ ସମୁଦାୟ ଅଧିବେଶନର ବିବରଣୀ ନେଭା ମାଧ୍ୟମରେ କାର‌୍ୟ୍ୟକାରୀ କରାଯିବ । ଏଥିପାଇଁ ‘ନେଭା’ର ୧୦ ଜଣିଆ ବୈଷୟିକ ଦଳ ସମ୍ପୂର୍ଣ୍ଣ ରୂପେ ଉପସ୍ଥିତ ରହି ସୁଚାରୁରୂପେ ଏହିସବୁ କାର‌୍ୟ୍ୟକ୍ରମ ସମ୍ପାଦନା କରିବେ । ସୂଚନା ପ୍ରଯୁକ୍ତି ବିଭାଗର ଜଣେ ଦକ୍ଷ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର‌୍ୟ୍ୟକ୍ରମ ସମ୍ପାଦନ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଚଳିତ ଥର ଇ-ବିଧାନସଭା ସହ ବିଧାନସଭା ସଭ୍ୟମାନଙ୍କୁ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ପ୍ରଦାନ କରାଯିବ, ଯଦ୍ୱାରା କି ବିଧାନସଭା କାର‌୍ୟ୍ୟକ୍ରମ କୌଣସି ପରିସ୍ଥିତିରେ ବ୍ୟାହତ ହେବ ନାହିଁ । ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଏହା ଉପଲବ୍ଧ କରିବାକୁ ଅର୍ଥ ବିଭାଗ ସଚିବ ଆଶୋକ କୁମାର ମୀନା ମତ ଦେଇଥିଲେ । ତେବେ ବିଧାନସଭା ଗୃହ ମଧ୍ୟରେ ପ୍ରଥମେ କେବଳ ବିଧାୟକମାନଙ୍କୁ ପ୍ରଶ୍ନୋତ୍ତର ସହ ଅନ୍ୟାନ୍ୟ ଆଲୋଚନା ଅବଗତି କରାଯିବ ଏବଂ କୌଣସି ପରିସ୍ଥିତିରେ ବିଧାନସଭାରେ ଉତ୍ଥାପିତ ନ ହୋଇ ପ୍ରସଙ୍ଗର ଆଲୋଚନା ବିଷୟବସ୍ତୁ ବାହାରେ ପ୍ରକାଶିତ ହେବ ନାହିଁ ବୋଲି ବାଚସ୍ପତି ଡ଼ଃ. ପାତ୍ର ନିର୍ଦ୍ଦେଶ ଦେଇଥିଲେ ଆବଶ୍ୟକ ସ୍ଥଳେ ସୂଚନା ପ୍ରଯୁକ୍ତି ବିଦ୍ୟା ତରଫରୁ ସ୍ଥାନୀୟ ସର୍ଭର ସ୍ଥାପନ କରି ଏହି କାର‌୍ୟ୍ୟକ୍ରମକୁ ରୂପାୟିତ କରିବା ପାଇଁ ସେ ବିଭାଗକୁ ପରାମର୍ଶ ଦେଇଥିଲେ ।
ବିଧାନସଭାର ସମସ୍ତ କାର‌୍ୟ୍ୟକ୍ରମକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଡ଼ଙ୍ଗରେ ସମ୍ପାଦନ କରିବା ପାଇଁ ବାଚସ୍ପତି ଡ଼ଃ. ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ଉଚ୍ଚସ୍ତରୀୟବୈଠକରେ ବିଦାନସଭା ସଚିବ ଦାଶରଥୀ ଶତପଥୀ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ମନୋଜ ମିଶ୍ରଙ୍କ ସହ ବିଭିନ୍ନ ଉଚ୍ଚପଦସ୍ଥ ପଦାଧିକାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking