24.1 C
Bhubaneswar
Thursday, May 9, 2024
Homeଓଡିଶାମା' ବିରଜାଙ୍କ ସ୍ଵନକ୍ଷତ୍ର ଦିବସ

ମା’ ବିରଜାଙ୍କ ସ୍ଵନକ୍ଷତ୍ର ଦିବସ

ଯାଜପୁର : ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ । ଏଥିପାଇଁ ମାଙ୍କୁ ଦର୍ଶନ କରିବା ଓ କୃପା ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିିଳିଛି । ଏଥିପାଇଁ ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ପ୍ରାତଃ ସମୟରେ ମା ଙ୍କୁ ସ୍ନାନ କରାଯାଇ ସ୍ୱତନ୍ତ୍ର ଭାବେ ସାବିତ୍ରୀ ବେଶରେ ସଜ୍ଜିତ କରାଯାଇ ପିଠା ଭୋଗ ନୈବିଦ୍ୟ ଅର୍ପଣ କରାଯାଇଛି । କୋରୋନା କଟକଣା ମଧ୍ୟରେ ମା ଙ୍କର ଏହି ଦର୍ଶନ ନିମନ୍ତେ ଯାଜପୁର ସମେତ ରାଜ୍ୟ ର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ସମାବେଶ ହୋଇଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ହୋଇ ଉଠିଛି ଚଳଚଂଚଳ । ଦୀର୍ଘଦିନ ପରେ ମାଙ୍କ ମନ୍ଦିର ପରିସରରେ କୋଳାହଳର ପରିବେଶ ଦେଖାଦେଇଛି । କୋରୋନା କଟକଣା ସାମାନ୍ୟ କୋହଳ ହେବା ପରେ ମାଙ୍କୁ ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତ ନିଜର ଚକ୍ଷୁରେ ଦର୍ଶନ କରିଛି । ଆଜିର ଦିନରେ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ଆର୍ବିଭୂତା ହୋଇଥିଲେ ମା ବିରଜା । ପ୍ରାତଃ ସମୟରେ ମାଙ୍କୁ ମହାସ୍ନାନ କରାଯାଇ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ପରେ ମା ସାବିତ୍ରି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମନ୍ଦିର ପରିସରରେ ବେଦମନ୍ତ୍ରପାଠ କରାଯାଇ ମାଙ୍କୁ ଆବହନ କରାଯାଉଛି ।ମା ଙ୍କୁ ଗାୟତ୍ରୀ ମନ୍ତ୍ର ରେ ପୂଜା କରାଯାଇଛି l.ମା ଙ୍କର ବଡ଼ସିଂହାର ବେଶ ସାଙ୍ଗ କୁ ସନ୍ଧ୍ୟା ଆରତୀ ଅତି ଚମତ୍କାର ଦୃଶ୍ୟ ଭକ୍ତ ମାନଂକୁ ମନ ଭାବ ଭିହୋଲ ହୋଇ ଦର୍ଶନ କରୁଛନ୍ତ…
ମାଙ୍କ ସ୍ୱନକ୍ଷତ୍ର ଦିବସ ଅବସରରେ ମନ୍ଦିରକୁ ସୁନ୍ଦର ଭାବେ ପ୍ରଶାସନ ପକ୍ଷରୁ ସଜ୍ଜିତ କରାଯାଇଛି । ମନ୍ଦୀର ବାହାରେ ସୁନ୍ଦର ବାଲୁକାକଳା ମାଧ୍ୟମରେ ମାଙ୍କୁ ଆରାଧନା କରାଯାଇଛି ବାଲୁକା ରେ ମା ଙ୍କ ପ୍ରତିବିମ୍ବ ଅତି ଚମତ୍କାର କରା ହୋଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking