32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶମହାରାଷ୍ଟ୍ର ଜଲଗାଓଁରେ ଭୟଙ୍କର ବନ୍ୟା : ୧ ମୃତ୍ୟୁ, ଭାସିଗଲେ ୧୫ ଜଣ

ମହାରାଷ୍ଟ୍ର ଜଲଗାଓଁରେ ଭୟଙ୍କର ବନ୍ୟା : ୧ ମୃତ୍ୟୁ, ଭାସିଗଲେ ୧୫ ଜଣ

ମହାରାଷ୍ଟ୍ର : ମହାରାଷ୍ଟ୍ର ଜଲଗାଓଁରେ ଭୟଙ୍କର ବନ୍ୟା ସ୍ଥିତି । ପ୍ରବଳ ବର୍ଷାରେ ଆକସ୍ମିକ ବନ୍ୟା ଆସି ବିପର୍ଯ୍ୟାୟ ସୃଷ୍ଟି କରିଛି । ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଲୋକ ଭାସି ଯାଇଛନ୍ତି । ସେମାନଙ୍କର କିଛି ଖୋଜ ଖବର ମିଳିନି । ସେହିପରି ୭୦୦ ରୁ ୮୦୦ ଗୃହପାଳିତ ପଶୁ ପ୍ରାଣ ହରାଇଛନ୍ତି । ଜଲଗାଓଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗାଁ ସଂପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ଭୂସ୍ଖଳନ ଏବଂ ରାସ୍ତା ଧୋଇଯିବା ଯୋଗୁ ଜଲଗାଓଁ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି । ଭାରତୀୟ

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଦିଲ୍ଲୀ, ଏନସିଆର-ଗୁରୁଗ୍ରାମ, ମାନସର, ଫରିଦାବାଦ, ବଲାଭଗଡ, ତୋଶାମ, ଭବାନୀ, ନର୍ନାଉଲ, ମହେନ୍ଦ୍ରଗଡ, କୋସଲିର ବିଚ୍ଛିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଲୋକମାନେ ସତର୍କ ରହିବା ସହ ତଳିଆ ଅଂଚଳରେ ଥିବା ରାସ୍ତାରେ ନଯିବାକୁ ପ୍ରଶାସନ ସତର୍କ କରାଇ ଦେଇଛି। ସେପଟେ, ପ୍ରବଳ ବର୍ଷାକୁ ନଜରରେ ରଖି ଦିଲ୍ଲୀ ପ୍ରଶାସନିକ ସ୍ତରରେ ବୈଠକ ମଧ୍ୟ ବସିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ସମସ୍ତ ସୁବିଧା ଯୋଗାଇବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking