32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଆଫଗାନ ପ୍ରସଙ୍ଗରେ ୟୁରୋପୀୟ ପରିଷଦ ମୁଖ୍ୟଙ୍କ ସହ ମୋଦିଙ୍କ ଆଲୋଚନା

ଆଫଗାନ ପ୍ରସଙ୍ଗରେ ୟୁରୋପୀୟ ପରିଷଦ ମୁଖ୍ୟଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ : ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପୀୟ ରାଷ୍ଟ୍ର ପରିଷଦର ମୁଖ୍ୟ ଚାର୍ଲସ ମିଚେଲଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ପକ୍ଷ ଭାରତ ଏବଂ ୟୁରୋପୀୟ ସଂଘ ରାଷ୍ଟ୍ରସମୂହ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ କରିବା ନିଷ୍ପତ୍ତିକୁ ଦୋହରାଇଥିଲେ। ଆଫଗାନିସ୍ତାନ ପରସ୍ଥିତି ଏବଂ ଉକ୍ତ ଅଞ୍ଚଳ ତଥା ସମୁଦାୟ ବିଶ୍ୱ ଉପରେ ତାହାର ପ୍ରଭାବ ସମ୍ପର୍କରେ ଶ୍ରୀ ମୋଦି ଏବଂ ମିଚେଲ ଆଲୋଚନା କରିଥିଲେ। କାବୁଲ ବିମାନ ବନ୍ଦରରେ ଘଟିଥିବା ବିସ୍ଫୋରଣ ଏବଂ ସେଥିରେ ଶତାଧିକ ମୃତାହତ ହେବା ଘଟଣାକୁ ଉଭୟ ନେତା ସମ ସ୍ୱରରେ ଦୃଢ ନିନ୍ଦା କରିଥିଲେ। ଏହି ଅବସରରେ ସେମାନେ ଆଫଗାନିସ୍ତାନରେ ସ୍ଥିରତା ଏବଂ ନିରାପତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ସହିତ ଏହି ପରିପ୍ରେକ୍ଷୀରେ ଭାରତ ଏବଂ ୟୁରୋପୀୟ ରାଷ୍ଟ୍ର ସଂଘ କିଭଳି ଭୂମିକା ନିର୍ବାହ କରିପାରିବେ, ତାହା ଉପରେ ମଧ୍ୟ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ କାତାରରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ତାଲିବାନର ଦୋହାସ୍ଥିତ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଶେର ମହମ୍ମଦ ଆବାସ ସ୍ତାନେକଜାଇଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ନିରାପତ୍ତା, ସୁରକ୍ଷା ଏବଂ ଆଫଗାନିସ୍ତାନରେ ରହିଯାଇଥିବା ଭାରତୀୟ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଫଗାନିସ୍ତାନକୁ ଯେଭଳି ଭାରତ ବିରୋଧୀ ଆତଙ୍କବାଦ କାର୍ଯ୍ୟକଳାପ ନିମନ୍ତେ ବ୍ୟବହାର କରାନଯାଏ ତାହା ନିଶ୍ଚିତ କରିବାକୁ ଭାରତର ରାଷ୍ଟ୍ରଦୂତ ତାଲିବାନ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବିଷୟ ପ୍ରତି ତାଲିବାନ ନିଶ୍ଚିତ ଦୃଷ୍ଟିଦେବ ବୋଲି ସ୍ତାନେକଜାଇ କହିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking