27.1 C
Bhubaneswar
Thursday, April 25, 2024
Homeଓଡିଶାମହିଳା ଜିଆରଏସଙ୍କ ଆତ୍ମହତ୍ୟା

ମହିଳା ଜିଆରଏସଙ୍କ ଆତ୍ମହତ୍ୟା

ଯାଜପୁର : ମହିଳା ଜିଆରଏସଙ୍କ ଆତ୍ମହତ୍ୟା । ଘଟଣା ଘଟିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ରଶ୍ମି ରଞ୍ଜିତା ପାଢ଼ୀ । ସେ ବଡ଼ଚଣା ବ୍ଲକ ପତରାଜପୁର ପଂଚାୟତରେ ଜିଆରଏସ ଭାବେ କାମ କରିଥିଲେ। ବରଦା ପଂଚାୟତରେ ବିଭାହ କରିଥିବା ବେଳେ ସେ ୪ ବର୍ଷର ଝିଅ ଓ ତାଙ୍କ ପିଉସୀଙ୍କ ସହ ଚଣ୍ଡିଖୋଲ ନିକଟ ଏକ ଘରେ ଭଡାରେ ରହି ଆସୁଥିବା ବେଳେ  ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ତାଙ୍କ ସ୍ୱାମୀ ଝାରସୁଗୁଡାରେ ଏକ କମ୍ପାନୀରେ କାମ କରୁଛନ୍ତି । ଖଟ ଉପରେ ଥାଳିରେ ପିଠା ଥୁଆ ହୋଇ ରହିଛି। ସେ ପିଠା ଖାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି। ଘଟଣା ସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ ଚଳାଇଛି। ଖବର ପାଇଁ ବାପ ଘର ଲୋକେ ଓ ଶାଶୁ ଘର ଲୋକେ ପହଁଚିଛନ୍ତି । ସେ ଦୀର୍ଘ ଦିନ ଧରି ବଡ଼ଚଣା ବ୍ଲକରେ ଜିଆରଏସ ଭାବେ କାର୍ଯ୍ୟ କରି ଆସୁଥିଲେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ପରିବାର ଲୋକେ କହିଛନ୍ତି । ତେବେ ସେ କେଉଁ କାରଣ ପାଇଁ ଆତ୍ମାହତ୍ୟା କରିଛନ୍ତି ତାହା ଏବେ ତଦନ୍ତ ପରିସର ଭୁକ୍ତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking