29.1 C
Bhubaneswar
Saturday, April 27, 2024
Homeଓଡିଶାକୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର ହେଲେ ପ୍ରସୂତି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର ହେଲେ ପ୍ରସୂତି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ବେତନଟୀ :  ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା ଦେଖାଯାଇଛି । ସଠିଲୋ ଗ୍ରାମର ସନ୍ତୋଷ ମାରାଣ୍ଡିଙ୍କ ପତ୍ନୀ ସସ୍ମିତା ମାରାଣ୍ଡି ତାଙ୍କର ପ୍ରଥମ ଗର୍ଭର ସନ୍ତାନ ଜନ୍ମ ପାଇଁ ଗତକାଲି କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ଗତକାଲି ରାତ୍ରୀ ୯ଟା ସମୟରେ ଗ୍ରାମର ଆସି ଟୁଡୁ, ଝାବି ହାଁସଦା, ଦୁର୍ଗୀ ମାରାଣ୍ଡି ପ୍ରମୁଖ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଏଠାରୁ ପୁଣି ରାତ୍ରୀ ୧୨ଟା ବେଳେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପରାମର୍ଶରେ ଫେରାଇ ନେଇ ଯାଇଥିଲେ । ପୁଣି ଗର୍ଭ ଯନ୍ତ୍ରଣା ହେବାରୁ ଆଜି ଦିବା ୯ ଘଟିକା ସମୟରେ ସସ୍ମିତାଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ପ୍ରସବ ଗୃହକୁ ନିଆଯାଇଥିଲା । ସଂପ୍ରତି ବାହ୍ୟ ରୋଗୀ ଓ ଭର୍ତ୍ତି କରାଯାଉଥିବା ରୋଗୀମାନଙ୍କୁ ଡାକ୍ତରଖାନାର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ କୋଭିଡ୍ ପରୀକ୍ଷା କରିବାର କଡା ନିୟମ କରାଯାଇଛି । କିନ୍ତୁ ସସ୍ମିତାଙ୍କୁ କ୍ଷେତ୍ରରେ ଏହି ପରୀକ୍ଷା କରାଯାଇ ନଥିଲା ।

ଅପରାହ୍ନ ୫ଟା ସମୟରେ ସେ ସନ୍ତାନ ପ୍ରସବ ଗୃହରେ ଥିବାବେଳେ ସସ୍ମିତା କୋଭିଡ ପଜିଟିଭ ବୋଲି ସୂଚନା ଦିଆଯାଇଥିଲା । ବାଙ୍କିଶୋଳରୁ କୋଭିଡ ଆମ୍ବୁଲାନ୍ସ ଆସି ପହଞ୍ଚି ଥିଲା । ଗର୍ଭବତୀ ମହିଳା ଜଣକ ଗର୍ଭ ଯନ୍ତ୍ରଣା ଭୋଗୁଥିବା ସତ୍ତ୍ୱେ ତାଙ୍କୁ କୋଭିଡ ଆମ୍ବୁଲାନ୍ସରେ କୋଭିଡ୍ ହସ୍ପିଟାଲ୍‌କୁ ନିଆଯାଇଥିବା ବେଳେ ତାଙ୍କ ସହିତ କାହାରିକୁ ଯିବାକୁ ଦିଆଯିବ ନାହିଁ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଏହାକୁ  ନେଇ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ମହିଳା ଜଣକ ଦୁଇଦିନ ହେବ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ବେଳେ ପୂର୍ବରୁ ତାଙ୍କୁ କାହିଁକି କୋଭିଡ ପରୀକ୍ଷା କରାଯାଇ ନଥିଲା ବୋଲି  ଅଭିଯୋଗ ହୋଇଥିଲା । ତେବେ କୋଭିଡ ପଜିଟିଭ ହେଲେ ହୋମ୍ ଆଇସୋଲେସନ୍‌ର ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଥିଲା ।

ସସ୍ମିତାଙ୍କ ଘର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମାତ୍ର ୫୦ମିଟର ଦୂରରେ ହୋଇଥିବାରୁ ତାଙ୍କୁ ହୋମ ଆଇସୋଲେସନ୍‌ରେ ରଖାଯାଇ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ପ୍ରସବ କରାଯାଇ ପାରିଥାଆନ୍ତା ବୋଲି ପରିବାର ଲୋକ କହିଥିଲେ । ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ପ୍ରସବ କକ୍ଷ ପର୍ଯ୍ୟନ୍ତ ସସ୍ମିତା ଯାଇ ସାରିଥିବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲ୍ ନିଆଯାଇଥିବା ସୂଚନା ଦିଆଯାଇଥିଲା । ଏଥିନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା ଖବର ପାଇ ବେତନଟୀ ପୁଲିସ ଏସ୍‌ଆଇ ବେଦପ୍ରକାଶ ନନ୍ଦ ପହଞ୍ଚି ବୁଝାସୁଝା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking