38.1 C
Bhubaneswar
Tuesday, April 23, 2024
Homeଓଡିଶାମହିିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ, ୨ ଗିରଫ

ମହିିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ, ୨ ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ନରହରିପୁର ଗ୍ରାମର ଏକ ନିର୍ମାଣଧିନ ଫର୍ମହାଉସରୁ ଜଣେ ମହିଳାଙ୍କ ମୃତଦେହକୁ ଗତ ୧୩ତାରିଖରେ ପୁଲିସ ଉଦ୍ଧାର କରିଥିଲେ । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରାଥମିକ ତଦନ୍ତ ବେଳେ ଜାଣି ତନାଘନା ଜାରି ରଖିଥିଲା । ଶୁକ୍ରବାର ଉକ୍ତ ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ୍ । ସୂଚନା ଅନୁଯାୟୀ, ଗତ ୧୨ ରାତିରେ ନରହରିପୁର ଗ୍ରାମର ଏକ ନିର୍ମାଣଧୀନ ଫର୍ମହାଉସ ଠାରେ ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମର ଅମ୍ବିକା ଶବରଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିଲା । ଅମ୍ବିକାଙ୍କ ବାପା ଜାମ୍ବେଲା ରାଇକା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ ।

ଏଏସ୍‌ପି ବାମଦେବ ସିଂ,  ଏସ୍‌ଡିପିଓ ଆର୍‌.କେ. ଦାସ, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସମେତ ସାଇଣ୍ଟିଫିକ ଟିମ୍ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲେ । ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇ ତନାଘନା କରିବା ବେଳେ ସେରଙ୍ଗ ଥାନା ଅନ୍ତର୍ଗତ କିନ୍ତେଇସିଂ ଗ୍ରାମର ମୁଖ୍ୟ ଅଭିଯୁକ୍ତ ଏଲିଆସ ମଣ୍ଡଳ ଓ ହତ୍ୟାରେ ସହଯୋଗ କରିଥିବା ଅଢେଇ ଗ୍ରାମର ଏଲିସୟା ଶବର ଦୁଇଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

ଅଭିଯୁକ୍ତ ଦ୍ୱୟ ଘଟଣା ଦିନ ପ୍ରାୟ ୧୧ଟା ବେଳେ ପ୍ରେମ ବ୍ୟାପାର ଏବଂ ଚରିତ୍ରକୁ ସନ୍ଦେହ କରି ଅମ୍ବିକା ସଙ୍ଗେ ଯୁକ୍ତିତର୍କ ହୋଇଥିଲା । ଅଭିଯୁକ୍ତ ଦ୍ୱୟ ଅମ୍ବିକାଙ୍କୁ ଇତି ମଧ୍ୟରେ ବେକକୁ ଜାବୁଡି ଧରିବା ପରେ ଏକ ସିମେଣ୍ଟ ଇଟା ଦ୍ୱାରା ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ । ଫଳରେ ଅମ୍ବିକାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ବୋଲି ପୁଲିସ ସୂଚନା ଦଆଯାଇଛି । ସେହିପରି ହତ୍ୟାକାରୀଙ୍କ ଠାରୁ ପୋଲିସ ରକ୍ତାକ୍ତ ସିମେଣ୍ଟ ଇଟା ସହ ୪ଟି ମୋବାଇଲ ଫୋନ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking