28.1 C
Bhubaneswar
Thursday, May 2, 2024
Homeଓଡିଶାକରୋନାରେ ଜୀବନ ହରାଇଲେ ଝୁମର କଣ୍ଠଶିଳ୍ପୀ ସୁଜିତ କୁମାର

କରୋନାରେ ଜୀବନ ହରାଇଲେ ଝୁମର କଣ୍ଠଶିଳ୍ପୀ ସୁଜିତ କୁମାର

ମୟୁରଭଞ୍ଜ: ବିଶ୍ୱ ମହାମାରୀ କରୋନା ସହିତ ସଂଗ୍ରାମ କରି ଜଣେ ପରେ ଜଣେ ଟଳିପଡ଼ୁଛନ୍ତି । ସବୁଠି ମୃତ୍ୟୁର କରାଳ ଚିତ୍ର ଦେଖିବାକୁ ମିଳୁଛି । ଏହି ସମୟରେ ମେ ୨୦ ରାତି ପ୍ରାୟ ୧୧.୫୦ ସମୟରେ ଝୁମର ଜଗତରେ ଖ୍ୟାତି ଲାଭ କରିଥିବା ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ହାତୀକୋଟ ଗ୍ରାମପଞ୍ଚାୟତ ଅଧୀନ ନୂଆଡ଼ିହି ଗ୍ରାମର ସୁଜିତ କୁମାର ବିନ୍ଧାଣୀ କରୋନା ସହିତ ଚଳାଇ ଆସିଥିବା ଜୀବନ ଯୁଦ୍ଧରେ ପରାଜିତ ହୋଇଛନ୍ତି । ସୁଜିତ କୁମାରଙ୍କ ମୃତ୍ୟୁ ଝୁମର ଜଗତରେ ଅପୂରଣୀୟ କ୍ଷତି ପହଞ୍ଚାଇଛି । ଏଥି ସହିତ ଝୁମର ପ୍ରତି ତାଙ୍କର ମହାନ ଅବଦାନ ଚିରସ୍ମରଣୀୟ ହୋଇ ରହିବ । ତାଙ୍କର ବିୟୋଗ ଝୁମର ପ୍ରେମୀମାନଙ୍କ ହୃଦୟରେ ଗଭୀର ଆଘାତ ପହଞ୍ଚାଇଛି ବୋଲି ଚିତ୍ତରଞ୍ଜନ ମହାନ୍ତ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ଦେଖା ଦେଇଥିବା ଏହି ଦୁର୍ଦ୍ଦିନ ସମୟରେ ଜନସାଧାରଣ ଛିଡ଼ାହେବା ନିମନ୍ତେ ନିବେଦନ କରିଛନ୍ତି ।

ସୂଚନା ଅନୁଯାୟୀ, ସୁଜିତ ଗରିବ ପରିବାରରେ ଜନ୍ମ ନେଇଥିବା ବେଳେ ବାପା ଶୁକ୍ରା ବିନ୍ଧାଣୀ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ତାଙ୍କ  ଘରେ ମା’ ରମାଦେଇ ବିନ୍ଧାଣୀ, ସ୍ତ୍ରୀ ଓ ୬ବର୍ଷ ବୟସର ଝିଅ ଓ ଅଢ଼େଇ ବର୍ଷର ପୁଅ ରହିଛନ୍ତି । ସୁଜିତଙ୍କ ମୃତ୍ୟୁ ପରିବାରକୁ ଶକ୍ତ ଧକ୍କା ପହଞ୍ଚାଇଥିବା ବେଳେ ପରିବାରର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଏହି ସମୟରେ ସାମାଜିକ ଗଣମାଧ୍ୟମରେ ସୁଜିତଙ୍କ ମୃତ୍ୟୁକୁ ନେଇ ଏକ ଭିଡ଼ିଓ ଭାଇରାଲ ହୋଇଛି ।

ଭିଡ଼ିଓରେ ଶ୍ରୀତମ ମହାନ୍ତ କରିଥିବା ବାର୍ତ୍ତାଳାପ ଓ ସୁଜିତଙ୍କ ସହ ଭିଡ଼ିଓ କଲିଂ ମାଧ୍ୟମରେ ହୋଇଥିବା ବାର୍ତ୍ତାଳାପରେ ମୋତେ ଏଠାରୁ ବଞ୍ଚାଅ, ମୁଁ ବଞ୍ଚିବାକୁ ଚାହୁଛି, ତୁମର ଗୋଡ଼ ତଳେ ପଡ଼ୁଛି, ନଚେତ ଘଣ୍ଟେ ପରେ ମୋର ଶବ ପାଇବ ବୋଲି କହିଥିବା ଏକ ଭିଡ଼ିଓ ଭାଇରାଲ ହୋଇଛି । ସୁଜିତ ଯେଉଁ କୋଠରୀରେ ଅନ୍ୟମାନଙ୍କ ସହିତ ଚିକିତ୍ସା ହେଉଥିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଥିବା ବିଷୟ ଭିଡ଼ିଓରେ ଭାଇରାଲ ହୋଇଛି । ସେହିପରି ସାମାଜିକ ଗଣମାଧ୍ୟମରେ ବାଙ୍କିଶୋଳ କୋଭିଡ୍ ହସ୍‌ପିଟାଲକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking