38.8 C
Bhubaneswar
Friday, April 19, 2024
Homeଓଡିଶା୯ମାସର ଶିଶୁପୁତ୍ରକୁ ଟ୍ରକ୍ ଆଗକୁ ଫିଙ୍ଗିଲା ମା’

୯ମାସର ଶିଶୁପୁତ୍ରକୁ ଟ୍ରକ୍ ଆଗକୁ ଫିଙ୍ଗିଲା ମା’

ଭଦ୍ରକ : ସ୍ୱାମୀ ପ୍ରଥମ ବିବାହ କରିଥିଲେ । ସନ୍ତାନ ନହେବାରୁ ସେ ପୁଣି ଆଉ ଗୋଟିଏ ବିବାହ କଲେ । ପ୍ରଥମ ସ୍ତ୍ରୀ ଓ ଦ୍ୱିତୀୟ ସ୍ତ୍ରୀ ମଧ୍ୟରେ ନିୟମିତ ଝଗଡ଼ା କାରଣରୁ ଦ୍ୱିତୀୟ ସ୍ତ୍ରୀକୁ ଭଡ଼ା ଘରେ ରଖୁଥିଲେ । ଏପରିକି ଦ୍ୱିତୀୟ ସ୍ତ୍ରୀର ପିଲା ହେବା ପରେ ମଧ୍ୟ ତାଙ୍କୁ  ଘରକୁ ଆଣି ନଥିଲେ । ଏ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରୁ ଦ୍ୱିତୀୟ ସ୍ତ୍ରୀ ନିଜ ପିଲାକୁ ଏକ ଟ୍ରକ୍ ସମ୍ମୁଖକୁ ଫିଙ୍ଗି ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏମିତି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାରିଘରିଆ ନିକଟ ମୁଣ୍ଡାସାହିରେ ଘଟିଛି । ସ୍ଥାନୀୟ ଲୋକେ ମହିଳାଜଣଙ୍କୁ ଉଦ୍ଧାର କରିଛନ୍ତି । ପରେ ଆପୋଷ ବୁଝାମଣାରେ ଫେରିଛନ୍ତି ଦମ୍ପତି ।

ସୂଚନାଯୋଗ୍ୟ ଯେ, ଚାରି ଘରିଆ ମୁଣ୍ଡାସାହିର ବିଜୟ ମୁର୍ମୁ ପ୍ରଥମେ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କର ପିଲାପିଲି ନ ହେବାରୁ ପୁଣି ଦ୍ୱିତୀୟ ବିବାହ କରିଥିଲେ । ଦ୍ୱିତୀୟ ସ୍ତ୍ରୀଙ୍କର ପୁଅ ହେବା ପରେ ଆଉ ଘରକୁ ନେଲେ ନାହିଁ କିମ୍ବା ଆଉ ତାଙ୍କ ନିକଟକୁ ଆସିଲେ ନାହିଁ । ଏହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ବଢ଼ିଥିଲା । ଏଥିରେ ବିଜୟଙ୍କ ଦ୍ୱିତୀୟ ସ୍ତ୍ରୀ ତାଙ୍କ ୯ମାସର ଶିଶୁ ପୁତ୍ରକୁ ଆଜି ଏକ ଟ୍ରକ୍ ସମ୍ମୁଖକୁ ଫିଙ୍ଗି ଦେଇଥିଲେ । ଟ୍ରକ୍ ଚାଳକ ଗାଡ଼ି ଅଟକାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଶିଶୁପୁତ୍ର ଓ ମା’କୁ ଉଦ୍ଧାର କରିଥିଲେ । ପରେ ସ୍ୱାମୀ ସ୍ତ୍ରୀଙ୍କୁ ଅଟକ ରଖିବା ସହ ଶିଶୁପୁତ୍ରକୁ ମେଡିକାଲରେ ଚିକିତ୍ସା କରାଇଥିଲେ । ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚିବା ପରେ ଉଭୟଙ୍କୁ ଥାନାକୁ ନିଆଯାଇଥିଲା । ପରେ ଆପୋଷ ବୁଝାମଣାରେ ଉଭୟ ସ୍ୱାମୀ-ସ୍ତ୍ରୀ ଘରକୁ ଫେରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking