30.1 C
Bhubaneswar
Saturday, May 18, 2024
Homeଓଡିଶାମେ’ ୨ୟ ସପ୍ତାହରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ

ମେ’ ୨ୟ ସପ୍ତାହରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର : ମେ’ ୨ୟ ସପ୍ତାହରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ । ମେ’ ୨ୟ ସପ୍ତାହରେ ମାଟ୍ରିକ ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ରାଜ୍ୟରେ ଫେବୃଆରୀ ୨୦ରୁ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହୋଇଥିଲା । ୫ଲକ୍ଷ ୫୧ହଜାର ୬୧୧ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ମାଟ୍ରିକ ପରୀକ୍ଷାରେ କପିରେ ରୋକ ଲଗାଇବା ପାଇଁ ଏଆଇ କ୍ୟାମେରା ପରୀକ୍ଷା କେନ୍ଦ୍ରରେ ଲଗାଯାଇଥିଲା । ମାଟ୍ରିକ ପରୀକ୍ଷା ଶେଷ ହେବାର ୧୨ ଦିନ ମଧ୍ୟରେ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇଥିଲା । ମାଟ୍ରିକ ପରୀକ୍ଷାଫଳ ମେ ମାସ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ପ୍ରଥମ ଥର ପାଇଁ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ । ଛାତ୍ରଛାତ୍ରୀ ବୋର୍ଡ ୱେବ୍‌ସାଇଟ୍‌ରୁ ଡିଜିଟାଲ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ କରିବାର ସୁବିଧା ମଧ୍ୟ ଉପଲବ୍ଧ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking