29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି : କେନ୍ଦ୍ରକୁ ରିପୋର୍ଟ ଦେଲେ ପଞ୍ଜାବ ସରକାର

ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି : କେନ୍ଦ୍ରକୁ ରିପୋର୍ଟ ଦେଲେ ପଞ୍ଜାବ ସରକାର

ଚଣ୍ଡିଗଡ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିରୋଜପୁର ଗସ୍ତ ସମୟରେ ହୋଇଥିବା ସୁରକ୍ଷା ତ୍ରୁଟିକୁ ନେଇ ପଞ୍ଜାବ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟରେ ସୁରକ୍ଷା ତ୍ରୁଟି ପାଇଁ ଭଟିଣ୍ଡା ଏସ୍‌ଏସ୍‌ପି ଫିରୋଜପୁର ପ୍ରତିପକ୍ଷଙ୍କୁ ଦୋଷ ଦେଇଛନ୍ତି । ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ବେଳେ ଘଟିଥିବା ସୁରକ୍ଷା ତ୍ରୁଟି ପାଇଁ ଭଟିଣ୍ଡା ଏସ୍‌ଏସ୍‌ପି ଅଜୟ ମାଲୁଜା ଓ ଅନ୍ୟ ୫ଜଣ ଅଧିକାରୀଙ୍କୁ ଦାୟୀ କରାଯାଇଥିଲା । ଏହାକୁ ନେଇ ଶୁକ୍ରବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାଲୁଜାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ପଠାଯାଇଥିଲା । ନିଜ ଅଧିକାର କ୍ଷେତ୍ର ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍‌କୁ ସେ ସୁରକ୍ଷିତ ମାର୍ଗ ପ୍ରଦାନ କରିଥିଲେ ଏବଂ ତ୍ରୁଟି ପାଇଁ ଫିରୋଜପୁର ଏସ୍‌ଏସ୍‌ପି ହରମନ୍ ହନ୍ସ ଦାୟୀ ବୋଲି ଗୃହ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିବା ପଞ୍ଜାବ ସରକାରଙ୍କ ରିପୋର୍ଟରେ ମାଲୁଜା ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍ ଗସ୍ତ ସୂଚନା ଆନ୍ଦୋଳନରତ କୃଷକଙ୍କୁ ଏସ୍‌ଏସ୍‌ପି ହନ୍ସ ଲିକ୍ କରିଥିବା ଗୁରୁବାର ଭାରତୀୟ କିଶନ୍ ୟୁନିୟନ୍ (କ୍ରାନ୍ତିକାରୀ) ଦାବି କରିଥିଲା । ସେହପରି ସୁରକ୍ଷା ତ୍ରୁଟିର ଘଟଣାକ୍ରମ ସମ୍ପର୍କରେ ରିପୋର୍ଟରେ ଦର୍ଶାଯାଇଥିବା ବେଳେ କୃଷକମାନଙ୍କ ଆନ୍ଦୋଳନ ଅଚାନକ ଥିଲା ବୋଲି କୁହାଯାଇଛି । ଘଟଣାକୁ ନେଇ ଗୋଟିଏ ଏଫ୍‌ଆଇଆର୍ କରାଯାଇଥିବା ବେଳେ ଏକ ଦୁଇଜଣିଆ ତଦନ୍ତ କମିଟି ଗଠନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking