27.8 C
Bhubaneswar
Thursday, April 18, 2024
Homeକରୋନାଦେଶରେ ପ୍ରକୃତ କୋଭିଡ୍ ମୃତ୍ୟୁସଂଖ୍ୟା ୬ ଗୁଣ : ଷ୍ଟଡି

ଦେଶରେ ପ୍ରକୃତ କୋଭିଡ୍ ମୃତ୍ୟୁସଂଖ୍ୟା ୬ ଗୁଣ : ଷ୍ଟଡି

ନୂଆଦିଲ୍ଲୀ : ଭାରତରେ କୋଭିଡ୍‌-୧୯ ସଂକ୍ରମଣରେ ଘଟିଥିବା ମୃତ୍ୟୁସଂଖ୍ୟା ଦର୍ଶାଯାଇଥିବା ସଂଖ୍ୟାର ୬ ଗୁଣା ଅର୍ଥାତ୍ ପ୍ରାୟ ୩୨ ଲକ୍ଷ ହୋଇପାରେ ବୋଲି ଗୁରୁବାର ସାଇନ୍ସ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ଷ୍ଟଡିରେ କ଼ୁହାଯାଇଛି । କୋଭିଡ୍ ମହାମାରୀ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪,୮୩.୧୭୮ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି । ତେବେ ଗତବର୍ଷ ଏପ୍ରିଲ୍ ଓ ଜୁନ୍ ମଧ୍ୟରେ ଦେଶରେ ଡେଲ୍‌ଟା ଭାଇରସ୍ ସଂକ୍ରମଣ ଚରମରେ ଥିବାବେଳେ ପ୍ରାୟ ୭୧% ଅର୍ଥାତ୍ ୨୭ ଲକ୍ଷ ମୃତ୍ୟୁ ଘଟିଥିବା ଏହି ଅନୁସନ୍ଧାନରେ ଅନୁମାନ କରାଯାଇଛି । ଏହି ସମୟରେ ମୃତ୍ୟୁହାରକୁ କୋଭିଡ୍ ସଂକ୍ରମଣ ଦ୍ୱିଗୁଣିତ କରି ଦେଇଥିଲା ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

ସରକାରୀ ଭାବେ ଭାରତରେ କୋଭିଡ୍ ମୃତ୍ୟୁ ହାର ୧୦ ଲକ୍ଷ ଲୋକ ସଂଖ୍ୟାରେ ୩୪୫ ଦର୍ଶାଯାଇଛି, ଯାହା ଆମେରିକାରେ କୋଭିଡ୍‌ଜନିତ ମୃତ୍ୟୁହାରର ଏକ- ସପ୍ତମାଂଶ । ଭାରତରେ କୋଭିଡ୍ ମୃତ୍ୟୁର ଅସମ୍ପୂର୍ଣ୍ଣ ସାର୍ଟିଫିକେଶନ୍‌, ଗମ୍ଭୀର ରୋଗରେ ଘଟିଥିବା ମୃତ୍ୟୁର ତ୍ରୁଟିପୂର୍ଣ୍ଣ ଆକଳନ ଏବଂ ଅଧିକାଂଶ ଘଟଣା ଗ୍ରାମୀଣ ଅଞ୍ଚଳରେ ଘଟିଥିବା କାରଣରୁ ପ୍ରକୃତ କୋଭିଡ୍ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସିପାରି ନାହିଁ ବୋଲି ଏହି ଷ୍ଟଡିରେ କୁହାଯାଇଛି । ଏହି ଗବେଷଣା ଟରଣ୍ଟୋ ୟୁନିଭର୍ସିଟିର ସେଣ୍ଟର ଫର୍ ଗ୍ଲୋବାଲ୍ ହେଲ୍‌ଥ ରିସର୍ଚ୍ଚର ଡ. ପ୍ରଭାତ ଝା ଏବଂ ଡର୍ଟମଣ୍ଡ୍ କଲେଜ ଅର୍ଥନୀତି ବିଭାଗର ଡ. ପଲ୍ ନୋଭୋସାଦ୍‌ଙ୍କ ସମେତ ଭାରତ, କାନାଡା ଓ ଆମେରିକାର ଗବେଷକଙ୍କ ଦ୍ୱାରା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking