30.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶବ୍ୟବସାୟୀଙ୍କ ମୃତ୍ୟୁ ମାମଲା: ୬ ୟୁପି ପୁଲିସ୍ କର୍ମଚାରୀଙ୍କ ବିରୋଧରେ ସିବିଆଇର ଚାର୍ଜଶିଟ୍‌

ବ୍ୟବସାୟୀଙ୍କ ମୃତ୍ୟୁ ମାମଲା: ୬ ୟୁପି ପୁଲିସ୍ କର୍ମଚାରୀଙ୍କ ବିରୋଧରେ ସିବିଆଇର ଚାର୍ଜଶିଟ୍‌

ନୂଆଦିଲ୍ଲୀ : ଗୋରଖପୁରର ଏକ ହୋଟେଲ୍ ରୁମ୍‌ରେ କାନପୁରର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ହତ୍ୟା ମାମଲାରେ ଉତ୍ତର ପ୍ରଦେଶର ୬ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍ ଦାଖଲ କରିଛି । ଏହି ତଦନ୍ତକାରୀ ସଂସ୍ଥା ଶୁକ୍ରବାର ସେତେବେଳର ବରିଷ୍ଠ ଇନ୍ସପେକ୍ଟର ଜଗତ ନାରାୟଣ ସିଂହ, ୩ଜଣ ସବ୍‌ଇନ୍ସପେକ୍ଟର ଅକ୍ଷୟ କୁମାର ମିଶ୍ର, ବିଜୟ ଯାଦବ, ରାହୁଲ ଦୁବେ, କନ୍‌ଷ୍ଟେବଳ କମଲେଶ ସିଂହ ଯାଦବ ଓ ପ୍ରଶାନ୍ତ କୁମାର ଯାଦବଙ୍କ ବିରୋଧରେ ଏହି ଚାର୍ଜଶିଟ୍ କରିଛି ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  ଏହି ୬ ପୁଲିସ କର୍ମଚାରୀଙ୍କ ବିରୋଧରେ ଆଇପିସିର ଧାରା ୩୦୨, ୩୨୩, ୩୨୫, ୫୦୬, ୨୧୮, ୨୦୧, ୧୨୦-ବି ଓ ୧୪୯ ଲାଗୁ ହୋଇଛି । ଲକ୍ଷ୍ନୌର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି । ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୨୭ ତାରିଖରେ ମନୀଷଙ୍କ ହତ୍ୟା ହୋଇଥିଲା ଏବଂ ମୃତକଙ୍କ ପତ୍ନୀଙ୍କ ଅଭିଯୋଗକ୍ରମେ ଗୋରଖପୁରର ରାମଗଢ଼ ଥାନାରେ ୩ଜଣ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ଏଫ୍‌ଆଇଆର୍ ହୋଇଥିଲା । ପରେ ଉତ୍ତର ପ୍ରଦେଶ ସରକାରଙ୍କ ଅନୁରୋଧକ୍ରମେ ନଭେମ୍ବର ୨ ତାରିଖରେ ସିବିଆଇ ମାମଲା ହାତକୁ ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking