29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଜ୍ଞାନବାପୀ ମସ୍‌ଜିଦ ମାମଲା : ସୁପ୍ରିମକୋର୍ଟରେ ଶୁଣାଣି ଘୁଞ୍ଚିଲା

ଜ୍ଞାନବାପୀ ମସ୍‌ଜିଦ ମାମଲା : ସୁପ୍ରିମକୋର୍ଟରେ ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ: ଜ୍ଞାନବାପୀ ମସ୍‌ଜିଦ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଆଜି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏଥିସହିତ ମାମଲାର ଶୁଣାଣିକୁ ଅନ୍ତତଃପକ୍ଷେ ଗୋଟିଏ ଦିନ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଗୁରୁବାର ବାରାଣସୀ ଅଦାଲତଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ପି.ଏସ.ନରସିଂହାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଗୁରୁବାର ମାମଲାର ଶୁଣାଣି ଆରମ୍ଭ କରିଥିଲେ। ତେବେ ହିନ୍ଦୁ ପିଟିସନଧାରୀଙ୍କ ଓକିଲଙ୍କ ଅନୁରୋଧ ରକ୍ଷା କରି ଖଣ୍ଡପୀଠ ଶୁଣାଣିକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ସୂଚନାଯୋଗ୍ୟ ମସ୍‌ଜିଦ ପରିସରରେ ସର୍ଭେ କାର୍ଯ୍ୟ ପାଇଁ ବାରାଣସୀ ଅଦାଲତ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହା ଉପରେ ରହିତାଦେଶ ଜାରି କରିବାକୁ ଅଞ୍ଜୁମନ୍ ଇନ୍ତେଜାମିଆ ମସ୍‌ଜିଦ କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଏଣ କରାଯାଇଥିଲା । ଅପରପକ୍ଷରେ ମସ୍‌ଜିଦ କମିଟି ପକ୍ଷରୁ ଗୁରୁବାର ବାରାଣସୀ ଅଦାଲତରେ ସାନି ପିଟିସନ ଦାଏର କରାଯାଇଛି । ମସ୍‌ଜିଦ ପରିସରରେ ଥିବା ଏକ କାନ୍ଥ ଭାଙ୍ଗିବାକୁ ହିନ୍ଦୁ ଗୋଷ୍ଠୀ ଯେଉଁ ଦାବି କରିଛନ୍ତି, ତାହାର ପ୍ରତିବାଦରେ ଏହି ପିଟିସନ ଦାଏର କରାଯାଇଛି । ଯଦି ସତ୍ୟାସତ୍ୟ ଯାଞ୍ଚ କରାନଯାଇ ଉକ୍ତ କାନ୍ଥ ଭଙ୍ଗାଯାଏ, ତେବେ ଏହା ମୁସଲମାନ ସଂପ୍ରଦାୟଙ୍କ ଧାର୍ମିକ ଭାବନାକୁ କ୍ଷୁଣ୍ଣ କରିବା ସହ ପରିସ୍ଥିତିକୁ ଅଧିକ ଜଟିଳ କରିବ ବୋଲି କମିଟି ପକ୍ଷରୁ ପିଟିସନରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking