29.1 C
Bhubaneswar
Wednesday, May 8, 2024
Homeଓଡିଶାବ୍ରଜରାଜନଗରରେ ହାତୀପଲ

ବ୍ରଜରାଜନଗରରେ ହାତୀପଲ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ଗତକାଲି ରାତିରେ ଏକ ହାତୀପଲ ପଶି ଆସିଥିବା ନେଇ ବନ ବିଭାଗ ସ୍ୱଷ୍ଟ କରିଛି । ହେମଗିର ଅଞ୍ଚଳରୁ ଏହି ହାତୀପଲ ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି । ଏଥିରେ ଗୋଟିଏ ଦନ୍ତା, ୩ଟି ମାଈ ହାତୀ ଓ ୨ଟି ହାତୀ ଶାବକ ସାମିଲ ରହିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ବିଳମ୍ବିତ ରାତିରେ ଉକ୍ତ ହାତୀପଲ ସୁନ୍ଦରଗଡ଼ ବନଖଣ୍ଡ ଓ ହେମଗିର ବନାଞ୍ଚଳ ପଟୁ ବ୍ରଜରାଜନଗର ବନାଞ୍ଚଳକୁ ପ୍ରବେଶ କରିଥିବା ଜଣାପଡ଼ିଛି । ଏଥିସହିତ ବ୍ରଜରାଜନଗର ଅଞ୍ଚଳର ମଣ୍ଡଳିଆ ଓ ଗାନ୍ଧିଛକ ଦେଇ ଭୋର ସମୟରେ ରେମଜା ଗାଁରୁ ଇବ ନଦୀ ପାର ହୋଇ ନଦୀ ଆରପାଖକୁ ଚାଲି ଯାଇଛନ୍ତି । ହାତୀପଲର ଗତିପଥ ଉପରେ ନଜର ରଖାଯାଉଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ଜଙ୍ଗଲରେ ନିଆଁ ଲାଗିଯାଇଥିବା ଯୋଗୁ ଏହି ଋତୁରେ ମହୁଲ ଖାଇବାକୁ ଜଙ୍ଗଲ ଛାଡ଼ି ହାତୀପଲ ସହର ମୁହାଁ ହୋଇଥିବା ବନ ବିଭାଗ ଅନୁମାନ କରୁଛି । ଆଜି ସକାଳେ ଯେହେତୁ ହାତୀପଲ ଇବ ନଦୀ ପାର ହୋଇ ଝାରସୁଗୁଡ଼ା ଜଙ୍ଗଲରେ ରହିଛନ୍ତି ତେଣୁ ରାତିରେ ହାତୀପଲ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଥିବାରୁ ବନ ବିଭାଗ ସଜାଗ ରହିଛି । ହାତୀପଲ କାହାରି କିଛି କ୍ଷତି କିମ୍ବା ଫସଲ ନଷ୍ଟ ନ କରନ୍ତୁ ବୋଲି ବନ ବିଭାଗ ସଚେତନ ରହିଛି । ବ୍ରଜରାଜନଗରରେ ଦନ୍ତା ହାତୀ ସମେତ ମୋଟ ୫ଟି ହାତୀକୁ ଦେଖି ଲୋକେ ଭୟଭୀତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking