30.1 C
Bhubaneswar
Monday, May 20, 2024
Homeଓଡିଶା୧୧ ଓ ୧୨ରେ ସବୁଠି କୋଭିଡ ମକଡ୍ରିଲ କାର୍ଯ୍ୟକ୍ରମ

୧୧ ଓ ୧୨ରେ ସବୁଠି କୋଭିଡ ମକଡ୍ରିଲ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସରକାର ଏକ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜନ କରିବାର ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁସାରେ ୧୦ ଓ ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ଏଥିପାଇଁ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ମଧ୍ୟ କୁହାଯାଇଛି । ଔଷଧ, ବେଡ୍‌, ଆଇସିୟୁ, ଅକ୍ସିଜେନ ଓ ଷ୍ଟାଫ ସ୍ଥିତି ଯାଞ୍ଚ ପାଇଁ ମକଡ୍ରିଲ କାର୍ଯ୍ୟକ୍ରମ କରାଯିବ । ସେହିପରି ବୟସ୍କ ଓ ବହୁବିଧ ରୋଗକ୍ରାନ୍ତଙ୍କୁ ଭିଡ଼ ଓ ନିବୁଜ ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ଡାକ୍ତର, ପାରା ମେଡିକାଲ ଷ୍ଟାଫ ଓ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କାଶ ଏବଂ ଛିଙ୍କିଲା ବେଳେ ମଧ୍ୟ ରୁମାଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ନିୟମିତ ହାତ ଧୋଇବା ଓ ଛେପ ନ ପକାଇବାକୁ କୁହାଯାଇଛି । ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ ମଧ୍ୟ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking